ସୋମବାର ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ! ମିଳିବ ଶୁଭଫଳ, ଦୂର ହେବ ସମସ୍ତ କଷ୍ଟ
ସୋମବାର ହେଉଛି ଭଗବାନ ଶିବଙ୍କ ବାର । ଭୋଳାନାଥଙ୍କ ପ୍ରସନ୍ନ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି । ଯଦି କୌଣସି ଭକ୍ତ ନିଷ୍ଠାର ସହ ଢାଳେ ଜଳ ମହାଦେବଙ୍କଠାରେ ଅର୍ପଣ କରନ୍ତି ତେବେ ଭଗବାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେହିପରି ମାନ୍ୟତା ରହିଛି କି ଯଦି ସୋମବାର ଦିନ ହୃଦୟରୁ ଭଗବାନ ଶିବଙ୍କୁ ତମ୍ବା ବାସନରେ ଖୀର ଚଢାଯାଏ ତେବେ ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ ।
ସୋମବାର ହେଉଛି ଭଗବାନ ଭୋଳାନାଥଙ୍କ ବାର । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାର କିଛି ଉପାୟ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇ ଶୁଭଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ଆସନ୍ତୁ ଜାଣିବା ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର କେଉଁ ଉପାୟ କରିବା ଉଚିତ୍ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାର ଦିନ ଉତ୍ତର ଦିଗକୁ ମୁହଁ କରି ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍ । ପ୍ରତ୍ୟେକ ସୋମବାର ନିୟମିତ ରୂପେ ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ୍ । ଆପଣ ଆପଣଙ୍କ କ୍ଷମତାନୁସାରେ ୨୧, ୫୧ ବା ୧୦୮ ଥର ଜପି ପାରିବେ । ଏହାଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି ।
ସୋମବାର ଦିନ ଖୀରରେ ସାକର ମିଶାଇ ଶିବଲିଙ୍ଗ ଅଭିଶେଖ କରିବା ଦ୍ୱାରା ମାନସିକ ଚିନ୍ତା ରୁ ମୁକ୍ତି ମିଳିଥାଏ । ସେହିପରି ସୋମବାର ଦିନ ପଞ୍ଚାମୃତରେ ଅଭିଶେଖ କରିବା ଉଚିତ୍ । କିନ୍ତୁ ଶିବଙ୍କ ଅଭିଶେଖ ପାଇଁ ବ୍ୟବହାର ହେବାକୁ ଥିବା ପଞ୍ଚାମୃତରେ ତୁଳସୀ ପକାଇବା ଉଚିତ୍ ନୁହେଁ । ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ । ପଞ୍ଚାମୃତରେ ଅଭିଶେଖ କରିବା ଦ୍ୱାରା ବ୍ୟକ୍ତିଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ।
ସୋମବାର ଦିନ ଉତ୍ତର ଦିଗ ଆଡକୁ ମୁହଁ କରି ଭଗବାନ ଶିବଙ୍କ ‘ଶିବ ରକ୍ଷା ସ୍ର୍ତ୍ରୋତ’ ପାଠ କରିବା ଉଚିତ୍ । ଏହାଦ୍ୱାରା ଜାତକରେ ଥିବା ଭୟ ଦୂର ହୋଇଥାଏ । ଏହାସହିତ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ସୋମବାର ଶିବଙ୍କ ସହିତ ଚନ୍ଦ୍ରମାଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଏହି ଦିନ ଚନ୍ଦ୍ରଶଖର ସ୍ତୋତ୍ର ପାଠ କରିବା ଉଚିତ୍ । ଏହାଦ୍ୱାରା ଜାତକରେ ଚନ୍ଦ୍ରମା ସ୍ଥିତି ମଜବୁତ ହୋଇଥାଏ ।
ଯଦି କୌଣସି ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ସୋମବାର ଦିନ ଶିବମନ୍ଦିର ଯାଇ ଶିବଲିଙ୍ଗ ଉପରେ ଗୌରୀ ଶଙ୍କର ରୁଦ୍ରାକ୍ଷ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କ ଦାମ୍ପତ୍ୟ ସମସ୍ୟା ଦୂର ହୋଇଯିବ । ଯଦି କୌଣସି ବ୍ୟକ୍ତି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବେଲପତ୍ରରେ ଧଳା ଚନ୍ଦନ ଲଗାଇ ଶିବଲିଙ୍ଗ ରେ ଚଢାଇବା ଉଚିତ୍ । ସେହିପରି ଯଦି କୌଣସି ବ୍ୟକ୍ତି ବ୍ୟବସାୟରେ ବୃଦ୍ଧି ଚାହୁଁଛନ୍ତି ତେବେ ତାଙ୍କୁ ସୋମବାର ଦିନ ତମ୍ବା ବାସନରେ ଶିବଲିଙ୍ଗ ଉପରେ ଖୀର ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ । ଏହାସହିତ ଅଟକି ଯାଇଥିବା କାର୍ଯ୍ୟ ବି ପୁରା ହୋଇଥାଏ ।
ସୋମବାର ଦିନ ୫ ଥର ପରିକ୍ରମା କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କୌଣସି ମନସ୍କାମନା ପୁରଣ ପାଇଁ ବ୍ୟକ୍ତିଙ୍କୁ ସୋମବର ଦିନ ଶିବଲିଙ୍ଗ ଉପରେ ଫଳ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେହିପରି ସୋମବାର ଶିବଲିଙ୍ଗ ଉପରେ ଚାଉଳ ଚଢାଇବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ସୋମବାର ଶିବଲିଙ୍ଗ ଉପରେ ଜଳ ଚଢାଈବା ବେଳେ ବ୍ୟକ୍ତିଙ୍କୁ ଧ୍ୟାନ ରଖିବା ଉଚିତ୍ କି କେବଳ ୫,୭,୧୧,୨୧ ଥର ଜଳ ଚଢାଇବା ଉଚିତ୍ ।