ହୋଲିର ଗୋଟିଏ ଦିନ ପୂର୍ବରୁ ନିଶ୍ଚିତ କରନ୍ତୁ ଏହିସବୁ କାମ, ଘରେ ଭରିଯିବ ସୁଖ ସମୃଦ୍ଧି
ଆସୁଛି ରଙ୍ଗର ପର୍ବ ହୋଲି। ଭାରତରେ ଏହି ପର୍ବକୁ ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ଚଳିତ ଥର ହୋଲି ପର୍ବ ଆସନ୍ତା ମାର୍ଚ୍ଚ ୮ ତାରିଖ (ବୁଧବାର)ରେ ପଡୁଛି । ହୋଲିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୭ ତାରିଖ (ମଙ୍ଗଳବାର) ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି ।
ତେବେ ଏହି ହୋଲିକା ଦହନକୁ ନେଇ ପୁରାଣରେ ଏକ କଥା ରହିଛି। ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହଲ୍ଲାଦ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ଅସୁର ହୋଇଥିବାରୁ ହିରଣ୍ୟକଶ୍ୟପଙ୍କୁ ତାହା ପସନ୍ଦ ଆସୁନଥିଲା। ସେ ବାରମ୍ବାର କହିବା ପରେ ବି ପ୍ରହଲ୍ଲାଦ ବିଷ୍ଣୁଙ୍କୁ ଆରାଧନା କରୁଥିଲେ। ଯେଉଁ କାରଣରୁ ପ୍ରହଲ୍ଲାଦଙ୍କୁ ମାରିବାକୁ ହିରଣ୍ୟକଶ୍ୟକପ ବହୁ ଚେଷ୍ଟା କରୁଥିଲେ। ହିରଣ୍ୟକଶ୍ୟପଙ୍କର ହୋଲିକା ନାମରେ ଏକ ଭଉଣୀ ଥିଲେ। ସେ ଶିବଙ୍କ ନିକଟରୁ ଏକ ଏପରି ଚାଦର ପାଇଥିଲେ, ଯାହାକୁ ଘୋଡ଼େଇ ହେଲେ ଅଗ୍ନି ବି ଜାଳିପରିବ ନାହିଁ। ଭାଇ ହିରଣ୍ୟକଶ୍ୟପ କହିବାରୁ ହୋଲିକା ନିଜେ ସେହି ଚାଦର ଘୋଡ଼େଇ ହୋଇ ପୁତୁରା ପ୍ରହଲ୍ଲାଦକୁ ଧରି ଅଗ୍ନିରେ ବସିଗଲେ। ହେଲେ ଭଗବାନ ବିଷ୍ଣୁଙ୍କ ଅପାର କୃପାରୁ ପବନରେ ଚଦର ଉଡ଼ିଯାଇ ପ୍ରହଲ୍ଲାଦଙ୍କ ଶରୀରକୁ ଢାଙ୍କି ଦେଲା ଓ ସେହି ଅଗ୍ନିରେ ନିଜେ ହୋଲିକା ଜଳିଗଲା। ଅଧର୍ମ ଉପରେ ପୁଣି ଥରେ ଧର୍ମର ଜୟ ହେଲା। ସେହି ଦିନକୁ ଲୋକେ ହୋଲିକା ଦହନ ଭାବେ ପାଳନ କରି ଅଧର୍ମ ଉପରେ ସଦା ଧର୍ମର ଜୟ କଥାଟିକୁ ସ୍ମରଣ କରନ୍ତି।
ଲୋକକଥାନୁଯାୟୀ, ହୋଲିକା ଦହନ୍ ଦିନ କିଛି ବିଶେଷ ଉପାୟ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆସନ୍ତୁ ଜାଣିବା ହୋଲି ସହିତ ଜଡିତ କିଛି ଖାସ୍ ଉପାୟ ବିଷୟରେ …
ଗରିବ ଲୋକଙ୍କୁ ଦାନ କରନ୍ତୁ :-
ହୋଲି ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।
ଚାକିରିରେ ମିଳିବ ସଫଳତା :-
ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ଚାକିରି, ବ୍ୟବସାୟ କିମ୍ବା ବୃତ୍ତିରେ ସନ୍ତୁଷ୍ଟି ମିଳେ ନାହିଁ । ଏଭଳି ସମସ୍ୟା ଥିଲେ ହୋଲିକା ଦହନରେ ପୂଜା ବେଳେ ନଡ଼ିଆକୁ ଅଗ୍ନିରେ ଦାହ କରନ୍ତୁ । ଏହା ପରେ ହୋଲିକା ଚାରିପଟେ ସାତଥର ଘୁରନ୍ତୁ । ଶାସ୍ତ୍ର ଅନୁଯାୟୀ ଏଭଳି କଲେ ସବୁ ସମସ୍ୟାରୁ ମୁକ୍ତି ମିଳିବ ।
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ :-
ହୋଲିକା ଦହନ ଦିନ ଠାରୁ ହୋଲି ପର୍ବ ଆରମ୍ଭ ହୋଇଥାଏ। ଆର୍ଥିକ ସ୍ଥିତି ସୁଧାରିବା ସହ ଘରେ ସୁଖ ଏବଂ ଶାନ୍ତି ଆଣିବାକୁ ଚାହୁଁଛନ୍ତି ତେବେ ହୋଲିକା ଦହନ ଦିନ ପୂଜା ସମୟରେ ବାଦାମ ଏବଂ ମିଠାକୁ ପ୍ରସାଦ ଭାବେ ଅର୍ପଣ କରନ୍ତୁ ।
ମନୋକାମନା ପୂରଣ ହେବ :-
ହୋଲିକା ଦହନ ଦିନ ପୂଜା ସମୟରେ ଅଗ୍ନିରେ ପାନ ପତ୍ର ଏବଂ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ।କୁହାଯାଏ ହୋଲିକା ଦହନ ରେ ଅଗ୍ନିର ପାଉଁଶକୁ ଘରକୁ ଆଣି ସୋରିଷ ମଞ୍ଜି ଏବଂ ଲୁଣ ମିଶାଇ ସ୍ୱଚ୍ଛ ତଥା ଶୁଦ୍ଧ ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂରେଇ ଯିବ ।