ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ଏହି ଉପାୟ ? କୃପା ଲାଭ ସହ ଦୂର ହେବ ସମସ୍ୟା!
ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଏ । କୁହାଯାଏ କି ଯଦି ଆପଣ ଅନ୍ୟ ଦିନ ମାନଙ୍କରେ ସୂର୍ଯ୍ୟ ଦେବଙ୍କର ପୂଜା କରିପାରୁ ନାହାଁନ୍ତି, କିନ୍ତୁ କେବଳ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି । ତେବେ ଏହାଦ୍ୱାରା ଅନ୍ୟଦିନ ମାନଙ୍କର ପୂଣ୍ୟ ପ୍ରାପ୍ତ ହୋଇଥାଏ ।
କେବଳ ଏତିକି ନୁହେଁ ରବିବାର ଦିନ ଉପାସନା କରିବା ଦ୍ୱାରା ବୁଦ୍ଧି, ବଳ, ବିଦ୍ୟା, ବୈଭବ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଆତ୍ମା, ମାନ-ପ୍ରତିଷ୍ଠା, ଅଧିକାରୀ ଏବଂ ସରାକରୀ କ୍ଷେତ୍ରରେ ସଫଳତାର କାରକ ବୋଲି କୁହାଯାଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ ।
ଯଦି ଆପଣ ରବିବାର ଦିନ କୌଣସି ଅସହାୟ, ରୋଗୀ ଏବଂ କିନ୍ନରଙ୍କୁ ସାହାଯ୍ୟ କରିବେ ତେବେ ଜୀବନରେ ଖୁସୀ ବଳବତ୍ତର ରହିବ । ସେହିପରି ଜଳରେ ସିନ୍ଦୁର ମିଶାଇ ଭଗବାନଙ୍କଚ ଅର୍ପଣ କରିବା, ଗାଇକୁ ରୁଟି ଖାଇବାକୁ ଦେବା, ମାଛକୁ ଅଟା ଗୁଳା ଦେବା ସହିତ ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇପାରିବ ।
ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ଜୀବନରେ ଗ୍ରହର ପ୍ରଭାବ ପଡିଥାଏ । ସେଥିପାଇଁ ଜାତକରେ ସୂର୍ଯ୍ୟ ମଜବୁତ ହେବା ନିହାତି ଆବଶ୍ୟକ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ହେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ମାନ-ସମ୍ମାନ, ଯଶ ଏବଂ ସମୃଦ୍ଧି ଆଦି କମ ହୋଇଥାଏ । ସେଥିପାଇଁ ଆପଣ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ଲାଗି କିଛି ଉପାୟ କରିପାରିବେ ।
ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ।
ଲାଲ ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କ ପ୍ରିୟ ଫୁଲ । ସେଥିପାଇଁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ।
ଜଳରେ ଗୁଡ ମିଶାଇ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ମୁକ୍ତି ମିଳିଥାଏ ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଲାଲ ରଙ୍ଗରେ ସିନ୍ଦୁର ମିଶାଇବ ଉଚିତ୍ । ଏହା ସୂର୍ଯ୍ୟଙ୍କ ଅତି ପ୍ରିୟ ।
ରବିବାର ବ୍ରତରେ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ ।
ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ପିମ୍ପୁଡିଙ୍କ ପାଇଁ ଚିନି ପକାନ୍ତୁ ।
ସୂର୍ଯ୍ୟଦେବଙ୍କ ସରଳ ଉପାୟ ‘ଓଁ ଘୃଣିଂ ସୂର୍ଯ୍ୟାୟଃ ଆଦିତ୍ୟଃ କୁ ୧୦୮ ଥର ଜପନ୍ତୁ’ ।
ଅନ୍ୟ ଏକ ମନ୍ତ୍ର ଓଁ ହ୍ରାଂ ହ୍ରିଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ଜପନ୍ତୁ ।
ଗୁଡ ସେବନ କରନ୍ତୁ ।