ରବିବାର କରନ୍ତୁ ଏହି ଉପାୟ, ସୂର୍ଯ୍ୟଦେବଙ୍କ କୃପା ଲାଭ ହେବ
ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଏ । କୁହାଯାଏ କି ଯଦି ଆପଣ ଅନ୍ୟ ଦିନ ମାନଙ୍କରେ ସୂର୍ଯ୍ୟ ଦେବଙ୍କର ପୂଜା କରିପାରୁ ନାହାଁନ୍ତି, କିନ୍ତୁ କେବଳ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି । ତେବେ ଏହାଦ୍ୱାରା ଅନ୍ୟଦିନ ମାନଙ୍କର ପୂଣ୍ୟ ପ୍ରାପ୍ତ ହୋଇଥାଏ ।
କେବଳ ଏତିକି ନୁହେଁ ରବିବାର ଦିନ ଉପାସନା କରିବା ଦ୍ୱାରା ବୁଦ୍ଧି, ବଳ, ବିଦ୍ୟା, ବୈଭବ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଆତ୍ମା, ମାନ-ପ୍ରତିଷ୍ଠା, ଅଧିକାରୀ ଏବଂ ସରାକରୀ କ୍ଷେତ୍ରରେ ସଫଳତାର କାରକ ବୋଲି କୁହାଯାଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ ।
ଯଦି ଆପଣ ରବିବାର ଦିନ କୌଣସି ଅସହାୟ, ରୋଗୀ ଏବଂ କିନ୍ନରଙ୍କୁ ସାହାଯ୍ୟ କରିବେ ତେବେ ଜୀବନରେ ଖୁସୀ ବଳବତ୍ତର ରହିବ । ସେହିପରି ଜଳରେ ସିନ୍ଦୁର ମିଶାଇ ଭଗବାନଙ୍କଚ ଅର୍ପଣ କରିବା, ଗାଇକୁ ରୁଟି ଖାଇବାକୁ ଦେବା, ମାଛକୁ ଅଟା ଗୁଳା ଦେବା ସହିତ ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇପାରିବ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଜାତକରେ ସୂର୍ଯ୍ୟଙ୍କ ଦଶା କେବଳ ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ସୁଖ-ଶାନ୍ତି ଉପରେ ପ୍ରଭାବ ପକାଇନଥାଏ, ବରଂ ଏହା ଧନୀରୁ କାଙ୍ଗାଳା ମଧ୍ୟ କରି ଦେଇ ଥାଏ । ଯଦି ଗ୍ରହ ରାଜା ସୂର୍ଯ୍ୟ ମଜବୁତ୍ ଅବସ୍ଥାରେ ରୁହନ୍ତି, ତେବେ ଜାତକ ରାଜା, ମନ୍ତ୍ରୀ, ସେନାପତି,ପ୍ରଶାସକ,ମୁଖିଆ, ଧର୍ମ ସଂଦେଶକ ଆଦି ବନେଇ ଥାଏ । ଆତ୍ମକାରକ ସୂର୍ଯ୍ୟ ଯେକୌଣସି ଜାତକର ବ୍ୟକ୍ତିଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଥାନ୍ତି । କିନ୍ତୁ ଯଦି ସୂର୍ଯ୍ୟ ଜାତକରେ ଦୁର୍ବଳ ଅବସ୍ଥାରେ ଥାନ୍ତି ତେବେ ସେ ସ୍ୱାସ୍ଥ୍ୟ ସମେତ ସଫଳତା କ୍ଷେତ୍ରରେ ମଧ୍ୟ ଖରାପ ପରିଣାମ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପା ଲାଭ କରିବାର କିଛି ସରଳ ଉପାୟ..
ରବିବାର ଦିନ କେଉଁ ଉପାୟ କରିବା ଉଚିତ୍ :
ପ୍ରତିଦିନ ସକାଳୁ ର୍ସୂଯ୍ୟଙ୍କୁ ଦର୍ଶନ କରିବା ସହ ‘ଓଁ ସୂର୍ଯ୍ୟାୟ ନମଃ’ ଉଚ୍ଚାରଣ କରି ଜଳ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ସଫଳତା ମାର୍ଗରେ ଚାଲିବେ ।
ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ସାରିବା ପରେ ଲାଲ୍ ରଙ୍ଗର ଆସନରେ ପୂର୍ବ ଆଡକୁ ମୁହଁ କରି ବସି ୧୦୮ ଥର ମନ୍ତ୍ର ଜପ କରନ୍ତୁ ।
ସକାଳୁ ସୂର୍ଯ୍ୟଦେବଙ୍କୁ ଜଳରେ ଲାଲ ରଙ୍ଗର ଫୁଲ ମିଶାଇ ଅର୍ପଣ କରନ୍ତୁ । ଏହାପରେ ମାତା-ପିତାଙ୍କ ଚରଣ ସ୍ପର୍ଶ କରନ୍ତୁ ।
ଘରର ଡାହାଣ ପାଶ୍ୱର୍ରେ ଧଳା ଅରଖ ଗଛ ଲଗାନ୍ତୁ । ପ୍ରତ୍ୟେକ ରବିବାର ବ୍ରତ ରଖିବା ସହ ଏହି ଗଛକୁ ପୂଜା କରନ୍ତୁ ।
ଗୁଡ ସେବନ କରନ୍ତୁ ।
ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ପିମ୍ପୁଡିଙ୍କ ପାଇଁ ଚିନି ପକାନ୍ତୁ ।