ଦେଶରେ ଗତ ୨୪ ଘଂଟାରେ କରୋନାର ୭୮୩୦ ନୂଆ ରୋଗୀ ଚିହ୍ନଟ, ୧୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୭୮୩୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏହି ସମୟ ମଧ୍ୟରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଅବଧିରେ ୪୬୯୨ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ଦିନ ଜାରୀ କରା ଯାଇଥିବା ତଥ୍ୟ ଅନୁସାରେ ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢି ୪୦୨୧୫ ହୋଇ ଯାଇଛି । ଗତ ୨୪ ଘଂଟାରେ ୨,୧୪,୨୪୨ ଲୋକଙ୍କର କରୋନା ପରୀକ୍ଷଣ କରା ଯାଇଛି ।