ବାଲେଶ୍ୱର : ସଦର ବିଜେପି ପକ୍ଷରୁ ଜିଲା ଯୋଗାଣ ଅଧିକାରୀ ଅଫିସ ଘେରାଓ
- ଟୋକନ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ ରାଜ୍ୟ ସରକାର
ବାଲେଶ୍ୱର : ଧାନର ବ୍ୟାପକ କଟନୀ ଛଟନୀ, ମଣ୍ଡି ଅବ୍ୟବସ୍ଥା, ମିଲର୍ସ ଓ ସରକାରଙ୍କର ମଧୁଚନ୍ଦ୍ରିକାକୁ ବ୍ୟାପକ ଭାବେ ବିରୋଧ କରି ଶୁକ୍ରବାର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଯୋଗାଣ ଅଧିକାରୀଙ୍କୁ ଘେରାଓ କରି ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଚାଷୀମାନଙ୍କର ସହାୟତା ପାଇଁ ବ୍ୟାପକ ଅର୍ଥ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଚାଷୀ ମାରଣ ନୀତି କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।
ସଦର ନେତା ଶ୍ରୀ ଦତ୍ତ ଯୋଗାଣ ଅଧିକାରୀଙ୍କୁ ଭେଟି ଚାଷୀମାନଙ୍କୁ ସେମାନଙ୍କର ହକ୍ରୁ ବଞ୍ଚିତ ନକରିବା ପାଇଁ ମତ ପ୍ରକାଶ କରିଥିଲେ । ଧାନ ମଣ୍ଡିରେ ଚାଷୀଙ୍କ ଧାନକୁ କଟନୀ ଛଟନୀ କରାଯିବା, ଚାଷୀଙ୍କୁ ଅଖା, ସୁତୁଲି ଓ ପରିବହନ ଖର୍ଚ୍ଚ ହଡପ ନକରିବା ସହ ଟୋକନ ଲ୍ୟାପ୍ସ ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶୃତି ଅନୁଯାୟୀ ଉଠାଇବା, ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣିବା ଏବଂ ମିଲର ମାନଙ୍କର ରାଜୁତିକୁ ମଣ୍ଡିରୁ ସମାପ୍ତ କରିବା ଉପରେ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଆଗାମୀ ସାତ ଦିନ ମଧ୍ୟରେ ଯଦି ଏହାର ସମାଧାନ କରାନଯାଏ ତାହେଲେ ଚାଷୀମାନଙ୍କର ସ୍ୱାର୍ଥ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇ ଏହାକୁ ବ୍ୟାପକ ଜନ ଆନ୍ଦୋଳନର ରୂପ ଦେବ । ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ରକୁ ପାଇଲା ପରେ ଯୋଗାଣ ଅଧିକାରୀ କଟନୀ ଛଟନୀକୁ ତଦନ୍ତ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।
ଏହି ଘେରାଓ କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି କୈଳାସ ବାରିକ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୀତାକାନ୍ତ ସ୍ୱାଇଁ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ମଣ୍ଡଳ ସଭାପତି ବିଜୟ ଦାସ, କାର୍ତ୍ତିକ ରାଉତ, ଲୋକନାଥ ଭୂୟାଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଅନ୍ତର୍ଯ୍ୟାମୀ ବେହେରା, ହରେନ୍ଦ୍ର ପ୍ରଧାନ, ପିତାମ୍ବର ଭୂୟାଁ, ଉମାକାନ୍ତ ପ୍ରଧାନ, ପିଣ୍ଟୁ ନାୟକ, ଜଗଦାନନ୍ଦ ବେହେରା, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ଆଶିଷ ଘୋଷ, ରାଜେନ୍ଦ୍ର ଚାଟାର୍ଜୀ, ବିଭୁପଦ ଦାସ, ବିକାଶ ପାଢୀ, ଧୀରଜ ମହାନ୍ତି, ବିନୟ ମହାରଣା, ଅରୁପ ଜେନା, ଅଭିଷେକ ପଣ୍ଡା, ଅବିନାଶ ସେଠୀ, ଅନୀଲ ମହାନ୍ତି, ମୁନା ମହନ୍ତ, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା ପ୍ରମୁଖ ସାମିଲ ହୋଇଥିଲେ ।