ଜିଲ୍ଲା ସ୍ତରୀୟ ଆଧାର ମନିଟରିଙ୍ଗ କମିଟି ବୈଠକ
ବାରିପଦା : ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲଠାରେ ଜିଲ୍ଲକ୍ଷପାଳ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆଧାର ମନିଟରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ବୈଠକ ଆରମ୍ଭ ରେ ଓକାକ ତରଫରୁ ଏହି ଆଧାର ଅପଡେଟ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ମୟୁରଭଂଜ ଜିଲ୍ଲାରେ ଦଶ ବର୍ଷ ଅବଧି ପୂର୍ଣ୍ଣ ହୋଇଯାଇଥିବା ୧୦ ଲକ୍ଷ ଆଧାର କାର୍ଡଧାରୀ ମାନଙ୍କ ସେମାନଙ୍କ ଆଧାର କାର୍ଡ ଗୁଡିକ ରେ ପୂର୍ବରୁ ସଂଯୁକ୍ତ ହୋଇଥିବା ଦସ୍ତାବିଜ ଗୁଡିକୁ ପୁନଃ ଅପଡେଟ କରିବା ଏବଂ ଜିରୋ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଆଧାର ଅନ୍ତର୍ଭୁକ୍ତ କରିବା, ଆଧାର ର ଏହି ଦସ୍ତାବିଜ ଅପଡେସନ କାର୍ଯ୍ୟ ୩ ମାସ ଭିତରେ ଅନଲାଇନ ମାଧ୍ୟମ ରେ କରାଇଲେ ଏହା ବିନା ମୂଲ୍ୟ ରେ ହୋଇପାରିବ ମାତ୍ର ଅଫ ଲାଇନ ରେ କରାଇଲେ ଏଥିପାଇଁ ନିର୍ଧାର୍ଯ୍ୟ ମୂଲ୍ୟ ଦେବାକୁ ପଡିବ ବୋଲି ଜିଲ୍ଲାପାଳ ସୂଚାଇ ଥିଲେ କ୍ଷ ଏଥିପାଇଁ ବ୍ୟାପକ ଭାବେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ସିଏସଓ, ଡିଏସଡବ୍ଲ୍ୟୁଓ, ସିଡିପିଓ, ବିଇଓ ତଥା ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଆମ ଜିଲ୍ଲାର ୧୦ ଲକ୍ଷ ଆଧାର କାର୍ଡ ଧାରୀଙ୍କ ଦସ୍ତାବିଜ ଅପଡେଟ ହେବା ଦିଗରେ ମିଶନ ମୋଡ଼ ରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ କ୍ଷ ଏହି ଅପଡେସନ କାର୍ଯ୍ୟ ପାଇଁ ଆବଶ୍ୟକୀୟ କିଟ ଯଥା ସ୍ଥାନ ରେ ଯୋଗାଇ ଦିଆଯିବ କ୍ଷ ଆଜିର ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଏଥିରେ ସାମିଲ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ I