ଭୋଟର ତାଲିକା ସଂଶୋଧନ ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲପାଳ ଙ୍କ ବୈଠକ
ବାରିପଦା : ରିଖ ଆଜି ମୟୁରଭଞ୍ଜ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଙ୍କ ସଭାପତିତ୍ୱ ରେ ଭୋଟର ତାଲିକା ସଂଶୋଧନ ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି. ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ବୈଠକ ର ମୂଳ ଲକ୍ଷ୍ୟ ହେଉଛି ଗଣମାଧ୍ୟମ ଜରିଆରେ ଜନସାଧାରଣ ଙ୍କୁ ଉପଯୁକ୍ତ ଭାବେ ସଚେତନ କରାଇ ଆସନ୍ତା ୨୦୨୩ ମସିହା ଜାନୁଆରୀ ୫ ତାରିଖ ରେ ପ୍ରକାଶିତ ହେବାକୁ ଥିବା ନୂତନ ତ୍ରୁଟିଶୁନ୍ୟ ଭୋଟର ତାଲିକା ରେ ଆଗାମୀ ବର୍ଷ ପାଇଁ ନୂତନ ଭାବେ ଯୋଗ୍ୟ ବିବେଚିତ ହେଉଥିବା ଜଣେ ମାତ୍ର ଭୋଟର ଯେମିତି ତାଲିକା ରୁ ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା. ଏତଦବ୍ୟତୀତ ଜିଲ୍ଳାର ଖଡିଆ ମାଙ୍କଡ଼ିଆ ଓ ଲୋଧା ସମ୍ପ୍ରଦାୟ ର ଅଧିବାସୀ ଓ ଭିନ୍ନକ୍ଷମ ଭୋଟର ସହିତ ମହିଳା ଭୋଟର ଙ୍କୁ ଭୋଟର ତାଲିକା ରେ ଶତ ପ୍ରତିଶତ ତାଲିକାଭୁକ୍ତ ପ୍ରତି ଧ୍ୟାନ ଦେବା ସହ ଭୋଟର ତାଲିକା ସମ୍ଭନ୍ଧୀୟ ଅନ୍ୟାନ୍ୟ ଅକ୍ଷନୁସଙ୍ଗିକ ସଂଶୋଧନ ପ୍ରକ୍ରିୟା ତ୍ରୁଟି ଶୁନ୍ୟ ଭାବେ ସମ୍ପନ୍ନ ଉପରେ ପ୍ରାଧାନ୍ୟ ଦେବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ.ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ୱର ମାସ ୯ ତାରିଖ ରୁ ଆରମ୍ଭ ହୋଇଥିଲା. ଜନସାଧାରଣ ଙ୍କ ଠାରୁ ସଂଗୃହିତ ହୋଇଥିବା ତଥ୍ୟ ଓ ଆବେଦନ ପତ୍ର ଆଧାର ରେ ପ୍ରସ୍ତୁତ ହୋଇଥିବା ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି. ଯଦି ଏହି ତାଲିକା ରେ କୌଣସି ମତଦାତା ଙ୍କ ନିଜର କିଛିବି ତଥ୍ୟ ତ୍ରୁଟି ଥିବାର ନଜର କୁ ଆସେ ତେବେ ଆବେଦନ ପାଇଁ ନିର୍ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ଆଗାମୀ ୦୮-୧୨-୨୦୨୨ ତାରିଖ ସୁଦ୍ଧା ସମ୍ପୃକ୍ତ ଭୋଟର ତାଙ୍କର ବୁଥ ଲେବେଲ ଅଧିକାରୀ କିମ୍ୱା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ଅଥବା ଯଦି ଜଣେ ଯୋଗ୍ୟ ବିବେଚିତ ଭୋଟର ଙ୍କ ନାମ ଭୋଟର ତାଲିକା ସଂଯୁକ୍ତ ନହୋଇଥାଏ ତେବେ ନିର୍ଧାର୍ଯ୍ୟ ଫର୍ମ ରେ ଆବେଦନ କରିପାରିବେ.ଏତଦ ବ୍ୟତୀତ ଜଣେ ଭୋଟର ଚାହିଁଲେ ନିଜେ ନିଜ ମୋବାଇଲ ଫୋନ ରେ ଭୋଟର ହେଲ୍ପ ଲାଇନ ଆପ ଜରିଆରେ କିମ୍ୱା ମରକ୍ଟକ୍ଟକ୍ସସଗ୍ଦଗ୍ଦବ. ରମସ. ଦ୍ଭସମ. ସଦ୍ଭ କିମ୍ୱା ଦ୍ଭଙ୍ଖଗ୍ଦକ୍ଟ୍ର. ସଦ୍ଭ(ଘବଗ୍ଧସକ୍ଟଦ୍ଭବକ୍ଷ ଠକ୍ଟଗ୍ଧରକ୍ସ ଝରକ୍ସଙ୍ଖସମର ଚକ୍ଟକ୍ସଗ୍ଧବକ୍ଷ) ୱେବ୍ସାଇଟରେ ମଧ୍ୟ ଅନଲାଇନ ରେ ଆବେଦନ କରିପାରିବେ. ଏହି ଅବସରରେ ଜିଲ୍ଲାପାଳ ଚିଠା ଭୋଟର ତାଲିକା କୁ ପ୍ରକାଶ କରିଥିଲେ.ବୈଠକ ଶେଷରେ ଜିଲ୍ଲାପାଳ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରକାଶନ ଆଶା କରିବା ସହ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ. ଅନୁଷ୍ଠିତ ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସେଠୀ ଓ ଡେପୁଟି କଲେକଟର ମିସ ସୁଶ୍ରୀତା ଟୁଡୁ ଉପସ୍ଥିତ ଥିଲେ.