ବାଲେଶ୍ୱର : ହେଲପିଙ୍ଗ ସୋସାଇଟି ପକ୍ଷରୁ ଅସହାୟଙ୍କୁ ବସ୍ତ୍ର, ମାସ୍କ ଓ ସାନିଟାଇଜର ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ଜିଲାର ଏକ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ପକ୍ଷରୁ ଗରିବ ଏବଂ ରାସ୍ତା ପାର୍ଶ୍ବରେ ଜୀବନ ବିତାଉଥିବା ଅସହାୟ ଲୋକଙ୍କୁ ବସ୍ତ୍ର ଅଭଯାନ ଜାରି ରହିଛି। ହେଲପିଙ୍ଗ ସୋସାଇଟିର ସଭାପତି ହ୍ରିତୀକ୍ ନାୟକଙ୍କ ଆହ୍ୱାନ କ୍ରମେ ଗତ ଜୁନ୍ ୩ ତାରିଖରୁ “ବସ୍ତ୍ର” ଅଭିଯାନ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ଗରିବ ଅସହାୟ ଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ମହାମାରୀ କରୋନା ଏବଂ ମହାବାତ୍ୟା ୟାସ୍ ସମୟରେ ବହୁତ ଗରୀବ ଓ ଅସହାୟ ଲୋକ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଦୁଃଖ ରେ ଦିନ କାଟୁଛନ୍ତି, ଏହାକୁ ଦୃଷ୍ଟିରେ ରଖି ହେଲପିଙ୍ଗ ସୋସାଇଟି ର ସ୍ଵେଚ୍ଛାସେବୀ ମାନେ ପୁରୁଣା ବସ୍ତ୍ର କୁ ସଂଗ୍ରହ କରି ତାକୁ ଭଲଭାବରେ ସଫାକରି ଶୁଖାଇ ଆଇରନ କରି ସେମାନଙ୍କୁ ଯୋଗାଉଛନ୍ତି ।
ଏହି ପରିପ୍ରେକ୍ଷୀରେ ରବିବାର ସକାଳ ୯ ଘଟିକା ସମୟରେ ସଦର ବ୍ଲକ ଅନ୍ତର୍ଗତ ପରଖୀ ଠାରେ ଥିବା ୪୦ ରୁ ଉର୍ଦ୍ଧ୍ବ ଗରିବ ଅସହାୟ ଲୋକଙ୍କୁ ବସ୍ତ୍ର, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି। ପୁରୁଣା ବସ୍ତ୍ର ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୋସାଇଟି ପକ୍ଷରୁ ଦିଆଯାଇଥିବା ମୋବାଇଲ ନମ୍ବର ଯଥା ୭୦୦୮୬୩୨୫୫୨, ୮୦୯୩୪୬୪୪୯୪ ରେ ଯୋଗା ଯୋ ଗ କରିବା ପାଇଁ ଅନୁରୋଧ କରାଯାଇଛି ।
ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନର ସଭାପତି ହ୍ରିତୀକ୍ ନାୟକ ସୂଚନା ଦେଇଛନ୍ତି । ସୋସାଇଟିର ଉପସଭାପତି ସେଖ୍ ନାଜିମ୍, ରଜତ ଘଡେ଼ଇ, ଅରୁପ ସାହୁ, ସେଖ୍ ଆରଫାନ୍, ଜ୍ୟୋତି ପ୍ରକାଶ ରାଉତ, କିରଣ ଜ୍ୟୋତି ମଣ୍ଡଳ, ଶୁଭଶ୍ରୀ ଦାସ, ଶ୍ରଦ୍ଧା ସୁମନ ସାହୁ,ସିମରନ୍, ୟାସିକା ଗୁପ୍ତା, ଅର୍ପିତା ସାମଲ, ସୁଧାଂଶୁ ବାରିକ୍, ମୋନାଲି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।