କୋଭିଡ୍ ପରିଚାଳନାରେ ବିଭ୍ରାଟ, ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ
ଟୋକିଓ : ମହାମାରୀ କୋଭିଡ୍ ପରିଚାଳନାରେ ବିଭ୍ରାଟକୁ ନେଇ ସରକାରଙ୍କ ଜନପ୍ରିୟତାର ରେଟିଂ ୩୦% ତଳକୁ ଖସିଯିବାରୁ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଘୋଷଣା କରିଥିଲେ ଯେ, ସରକାରୀ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି)ର ସେ ଆଉ ନେତା ହୋଇ ରହିବେ ନାହିଁ। ତେବେ ଏଯାବତ୍ ନୂଆ ନେତା କିଏ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦଳର ଆଉ ଅଧିକ କ୍ଷତି ହେବାକୁ ନ ଦେଇ ସୁଗା ଇସ୍ତଫା ଦେବାକୁ ଦେବେ ଏବଂ ଦଳର ଜଣେ ଦକ୍ଷ ନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାର ବ୍ୟବସ୍ଥା କରିବେ। ସେପ୍ଟେମ୍ବର ୨୯ରେ ହେବାକୁ ଥିବା ଦଳୀୟ ନେତା ନିର୍ବାଚନରେ ସୁଗା ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି।