ଜାତୀୟ ପତାକାକୁ ଅବମାନନା, ତ୍ରୁଟି ସୁଧାରିଲେ ଭାଜପା କାର୍ଯ୍ୟକର୍ତ୍ତା
ନୀଳଗିରି :ନୀଳଗିରିର ଐତିହ୍ୟ ବହନ କରିଥିବା କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଯାହାର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରଥମ ପ୍ରଧାନଶିକ୍ଷକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ । ସେହିଭଳି ଏକ ଶିକ୍ଷାନଷ୍ଠାନର ପ୍ରାଚୀରରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଛି । ୫ଟି ଯୋଜନାରେ ସାମିଲ ଉକ୍ତ ବିଦ୍ୟାଳୟରେ ରୂପାନ୍ତିକରଣ ଭିତ୍ତିରେ ଆଧୁନିକ ସାଜସଜ୍ଜା ସହିତ ନୂତନ ବିଜ୍ଞାନ ପ୍ରୟୋଗଶାଳା, କନଫାରେନ୍ସ ହଲ ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି । କିନ୍ତୁ ଉକ୍ତ ବିଦ୍ୟାଳୟର ପ୍ରାଚୀରରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଅବଦୁଲ କଲାମଙ୍କ ଚିତ୍ର ସହ ତାଙ୍କର ମାନସ ସନ୍ତାନ ଅଗ୍ନି କ୍ଷେପଣାସ୍ତ୍ରର ଚିତ୍ରକୁ ଲାଗି ତ୍ରିରଙ୍ଗା ଚିତ୍ର ଅଙ୍କା ଯାଇଥିଲା ଯାହାକି ସମ୍ପୂର୍ଣ୍ଣ ଓଲଟା ଥିଲା । ଅଗଷ୍ଟକ୍ରାନ୍ତି ଦିବସ ଅବସରରେ ଶୁକ୍ରବାର ନୀଳଗିରିର କିଛି ଯୁବକ ଦେଖି କାହାକୁ କିଛି ଅଭିଯୋଗ ନକରି ନିଜେ ନିଜେ ରଙ୍ଗ ଓ ତୂଳୀ ନେଇ ଏହାକୁ ସଜାଡ଼ି ଦେଇଛନ୍ତି । ଏଥିରେ ୫ଟି ଉନ୍ନତି କରଣରେ ଏଭଳି ତ୍ରୁଟି ସହ ପିଡ଼ବ୍ଲୁଡ଼ି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ସାଧାରଣରେ ସମାଲୋଚନା କରିବା ସହ ଉକ୍ତ ଯୁବକମାନଙ୍କୁ ଉଚ୍ଚପ୍ରସଂସା କରିଛନ୍ତି । କାର୍ଯ୍ୟକ୍ରମରେ ଭାଜପା ଜିଲା ସମ୍ପାଦକ ସମର ଶଙ୍କର କାନୁନ୍ଗୋ, ନଗର ସଭାପତି ପ୍ରଫୁଲ୍ଲ ଦଳେଇ, ନଗର ଯୁବମୋର୍ଚ୍ଚା ସଭାପତି ରାକେଶ ମହଲ, ନଗର ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ, ଏମ୍ପିଙ୍କ ଏନ୍ଏସି ପ୍ରତିନିଧି ଅସିତ୍ ପରିଡ଼ା, କୃଷ୍ଣଚନ୍ଦ୍ର ପରିଡ଼ା, ବିବେକ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।