କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା : ଫେରିଲେନି ସୁମିତ, ପୁଣି ଧାରଣାରେ ତପସ୍ବିନୀ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ମାମଲାରେ ପୁଣି ଏକ ଟୁଇଷ୍ଟ । ପୁଣି ବ୍ରହ୍ମାନଗର ସ୍ଥିତ ଶାଶୂଘର ଆଗରେ ତପସ୍ୱିନୀଙ୍କ ଧାରଣା । ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାର କହିଲେ ଓକିଲ । ସେହିପରି ତପସ୍ବିନୀକୁ ଅସୁରକ୍ଷିତ ଭାବେ ଚଡି ଦେଇଥିବାର ମଧ୍ୟ କହିଛନ୍ତି । ଆସିକା ଥାନାରେ ଜଣାଇବା ସହ କୋର୍ଟରେ ସାନି ଆବେଦନ କରିବା ନେଇ ସୂଚନା ଦେଇଛନ୍ତି ।
ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ଥମିବାର ନାଁ ଧରୁ ନାହିଁ । ଶ୍ବଶୁର ଘରେ ରହିବାକୁ ତପସ୍ୱିନୀ କୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ ପୁଣି ଥରେ ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଏହାପୂର୍ବରୁ ମଧ୍ୟ ନିଜକୁ ବୋହୁ ବୋଲି ଦାବି କରି ବ୍ରହ୍ମାନଗର ଦ୍ବିତୀୟ ଲେନ୍ରେ ୧୧ ଦିନ ଧରି ଧାରଣାରେ ବସିଥିଲେ ତପସ୍ବିନୀ । ଏହାପରେ କୋର୍ଟ ଉଭୟଙ୍କୁ ୭ ମିଶି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁମିତ ଗତ ୭ ଦିନ ହେଲା ତପସ୍ବିନୀଙ୍କୁ ଛାଡ଼ି ଆସିବାରୁ ଏବେ ପୁନଃ ତପସ୍ବିନୀଙ୍କୁ ଧାରଣାରେ ବସିବାକୁ ପଡ଼ିଛି । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।