ଭୁଲ ତଥ୍ୟ ପ୍ରଦାନକାରୀଙ୍କ ଉପରେ ଡିଜିଟାଲ ପ୍ରହାର : ୨୨ଟି ୟୁଟ୍ୟୁବ ଚ୍ୟାନେଲ ବନ୍ଦ
ନୂଆଦିଲ୍ଲୀ : ଭୁଲ ତଥ୍ୟ ପ୍ରଦାନକାରୀଙ୍କ ଉପରେ ଭାରତ ସରକାରଙ୍କର ଡିଜିଟାଲ ପ୍ରହାର । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ୨୨ ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି। ଏହି ଚ୍ୟାନେଲଗୁଡ଼ିକ ମଧ୍ୟରେ ରହିଛି ୪ ଟି ପାକିସ୍ତାନି ଚ୍ୟାନାଲ । ଏହା ବ୍ୟତୀତ ୩ ଟି ଟୁଟର, ଗୋଟିଏ ଫେସବୁକ ଏବଂ ଗୋଟିଏ ନ୍ୟୁଜ୍ ୱେବସାଇଟକୁ ମଧ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି ।
I&B Ministry blocks 22 YouTube channels including 4 Pakistan-based YouTube news channels for spreading disinformation related to India’s national security, foreign relations, and public order.
— ANI (@ANI) April 5, 2022
3 Twitter accounts, 1 Facebook account & 1 news website also blocked pic.twitter.com/JtPC13MNHj
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ପାକିସ୍ତାନର ୪ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ମଧ୍ୟ ରହିଛି। ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଆଧାରରେ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ୨୨ଟି ୟୁଟ୍ୟୁବ ଚ୍ୟାନେଲ ସହ ୪ଟି ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଏକ ନ୍ୟୁଜ୍ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛି। ମନ୍ତ୍ରଣାଳୟର କହିବାନୁଯାୟୀ, ଏହି ଆକାଉଣ୍ଟ ଏବଂ ଚ୍ୟାନେଲଗୁଡିକ ସମ୍ବେଦନଶୀଳ ତଥା ଭାରତର ସୁରକ୍ଷା, ବୈଦେଶିକ ନୀତି, ଜନାଦେଶ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମରେ ଭୁଲ୍ ସୂଚନା ଦେଉଥିଲେ। ଆଇଟି ନିୟମ ୨୦୨୧ ଆଧାରରେ ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ପ୍ରଥମ ଥର ପାଇଁ ପଦକ୍ଷେପ ନିଆଯାଇଛି। ସୂଚନା ଯେ, ଗତ ବର୍ଷ ଫେବୃଆରୀ ମାସରେ ସରକାର ଆଇଟି ନିୟମ ୨୦୨୧ର ବିଜ୍ଞପ୍ତି ଜାରି କରିଥିଲେ। ସଦ୍ୟତମ ନିଷେଧାଜ୍ଞା ଅନୁଯାୟୀ, ୧୮ଟି ଭାରତୀୟ ଏବଂ ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।