ଡାଏମଣ୍ଡ ଲିଗ୍ ୨୦୨୩ ଫାଇନାଲ : ଦ୍ଵିତୀୟ ସ୍ଥାନରେ ନୀରଜ ଚୋପ୍ରା, ଜିତିଲେ ସିଲ୍ଭର ମେଡଲ
ମୁମ୍ଵାଇ : ଆମେରିକାର ୟୁଜିନରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ୨୦୨୩ ଫାଇନାଲର ଦ୍ଵିତୀୟ ସ୍ଥାନରେ ରହିଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରା। ଫଳରେ ହାସଲ କଲେ ସିଲ୍ଭର ମେଡଲ । ନୀରଜଙ୍କ ସର୍ବୋତ୍ତମ ଥ୍ରୋ ଥିଲା ୮୩.୮୦ ମିଟର ଯାହା ଦ୍ୱିତୀୟ ପ୍ରୟାସରେ ଆସିଥିଲା । ଚେକ୍ ରିପବ୍ଲିକର ବାଦଲେଚ ୮୪.୨୪ ମିଟର ଥ୍ରୋ ସହ ଟାଇଟଲ୍ ଜିତିଛନ୍ତି।
ଯେତେବେଳେ କି, ଫିନଲ୍ୟାଣ୍ଡର ଅଲିଭର ହେଲେଣ୍ଡର୍ ୮୩.୭୪ ମିଟର ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ । ଗତ ବର୍ଷ ନୀରଜ ଡାଏମଣ୍ଡ ଲିଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତ ମାସରେ ସେ ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ । ଯଦି ନୀରଜ ଏହି ଟାଇଟଲ୍ ଜିତିଥାନ୍ତେ, ତେବେ ସେ ଡାଇମଣ୍ଡ ଲିଗ୍ ଟ୍ରଫି ହାସଲ କରିବାରେ ତୃତୀୟ ଖେଳାଳି ହୋଇଥାନ୍ତେ । କିନ୍ତୁ ଏହା ହୋଇପାରିଲା ନାହିଁ ।
ଚେକ ରିପବ୍ଲିକର ଭିଟେଜସ୍ଲାଭ ଭେସେଲି ୨୦୧୨ଏବଂ ୧୩ ରେ ଏହି ସଫଳତା ହାସଲ କରିଥିବାବେଳେ ତାଙ୍କ ସହକର୍ମୀ ୟାକୁବ ବାଦ କେଚ୍ ୨୦୧୬ ଏବଂ ୨୦୧୭ ରେ ଏହି ସଫଳତା ହାସଲ କରିଛନ୍ତି । କହିବାକୁ ଗଲେ ଦ୍ୱିତୀୟ ସ୍ଥାନ ଶେଷ କରିବା ପାଇଁ ନୀରଜଙ୍କୁ ୧୨ ହଜାର ଡଲାର ମିଳିବ । ଏଥିସହିତ ଟାଇଟଲ ଜିତିଥିବା ୟାକୁବ ବାଦଲେଚଙ୍କୁ ୩୦ ହଜାର ଡଲାର ପୁରସ୍କାର ରାଶି ମିଳିବ।