ଡ୍ରାଇଭ ମାରି ପଞ୍ଜାବର ଷ୍ଟାର ବ୍ୟାଟସମ୍ୟାନ ଭାନୁକା ରାଜପକ୍ଷେଙ୍କୁ ରନ ଆଉଟ୍ କଲେ ଧୋନୀ
ମୁମ୍ବାଇ : ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସର ଆରମ୍ଭ ବହୁତ ଖରାପ ଥିଲା। ଦଳ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲଙ୍କ ଓ୍ଵିକେଟ୍ ହରାଇଥିଲା। ଦଳ ସମ୍ଭାଳିବା ପୂର୍ବରୁ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚିତା ବାଘପରି ଚଞ୍ଚଳତା ଦେଖାଇ ଡ୍ରାଇଭ ମାରି ପଞ୍ଜାବର ଷ୍ଟାର ବ୍ୟାଟସମ୍ୟାନ ଭାନୁକା ରାଜପକ୍ଷେଙ୍କୁ ରନ ଆଉଟ୍ କରିଛନ୍ତି।
Ms Dhoni : 40 year old young man. pic.twitter.com/F0amJecvVa
— MSDian Pravin (@mahi7781_______) April 3, 2022
ଭାନୁକା ୯ ରନ କରି ଆଉଟ୍ ହୋଇଥିଲେ। ୪୦ ବର୍ଷ ବୟସରେ ଧୋନୀଙ୍କ ଓ୍ଵିକେଟ୍ କିପିଂରେ ଏମିତି ଚପଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହେବା ଆରମ୍ଭ ହୋଇଛି। ରନ ଆଉଟ୍ ହେବା ଦେଖି ବ୍ୟାଟସମ୍ୟାନ ଭାନୁକା ମଧ୍ୟ ଚକିତ ହୋଇଛନ୍ତି।