ଚେନ୍ନାଇରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିବାକୁ ଆଶାବାଦୀ ଅଛନ୍ତି ଧୋନି
ଚେନ୍ନାଇ : ପୂର୍ବତନ ଭାରତୀୟ କ୍ୟାପଟେନ ଓ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବଡ ଘୋଷଣା । ଚେନ୍ନାଇରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିବେ ବୋଲି ଆଶାବାଦୀ ଥିବା କହିଛନ୍ତି ଧୋନି । “ମୁଁ ସର୍ବଦା ମୋର କ୍ରିକେଟ ପାଇଁ ପ୍ଲାନ କରିଥାଏ, ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଘରୋଇ ଷ୍ଟାଡିୟମ ରାଞ୍ଚିରେ ଖେଳିଥିଲି, ଶେଷ ଟି-୨୦ ମଧ୍ୟ ରାଞ୍ଚିରେ ଖେଳିବା ନେଇ ଆଶାବାଦୀ । ତେବେ ଏହା ଆସନ୍ତା ବର୍ଷ କିମ୍ବା ୫ ବର୍ଷରେ, ସ୍ପଷ୍ଟ ନାହିଁ ।”ଖେଳାଳି ଭାବେ ନିଜର ଶେଷ ମ୍ୟାଚ୍ ନେଇ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଧୋନି ।
ଏଥିସହ ଧୋନି କ୍ରିକେଟକୁ ଏକ ବୃହତ ସ୍ତରରେ ପହଞ୍ଚାଇଥିବା ପୂର୍ବତନ କ୍ରିକେଟର, ଓ ବିସିସିଆଇ ପ୍ରଶାସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ କ୍ରିକେଟ ବଦଳିଛି । ଏହା ପଛରେ ନିରନ୍ତର ପ୍ରୟାସ ରହିଥିବା ଧୋନି କହିଛନ୍ତି । ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟ ଶେଷ ପରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଉ ଏକ ସଂସ୍କରଣ ଖେଳିପାରନ୍ତି ବୋଲି ସଙ୍କେତ ଦେଇଥିଲେ ।