ଜନ୍ମ ମାଟିରେ ହକି ଷ୍ଟାଡ଼ିୟମ୍ ପାଇଁ ଆଶାର କିରଣ ସଞ୍ଚାର କଲେ ଢେଙ୍କାନାଳ ଜିଲାପାଳ
ନୀଳଗିରି : ନିଜ ଜନ୍ମ ମାଟିକୁ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଦିନିକିଆ ନୀଳଗିରି ଗସ୍ତରେ ଆସି ହକି ଷ୍ଟାଡ଼ିୟମର ସ୍ଥାପନ ପାଇଁ ଆଶାର କିରଣ ସଞ୍ଚାର କରିଛନ୍ତି । ରାଜ୍ୟ ସରକାର ସବୁବେଳେ କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ହକି ଭାରତର ଏକ ଲୋକପ୍ରିୟ ଖେଳ । ଭାରତୀୟ ହକି ଦଳକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ଭଳି ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ସୂଚନା ଯେ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଖେଳାଳିଙ୍କ ଭଳି ନୀଳଗିରିରେ କ୍ରୀଡ଼ା କ୍ଷେତ୍ରରେ ସଶକ୍ତ କରିବା ମୂଳ ଆଭିମୁଖ୍ୟ ନେଇ ନୀଳଗିରି ମାଟିର ସନ୍ତାନ ତଥା ଢ଼େଙ୍କାନାଳ ଜିଲାପାଳ ସରୋଜ ସେଠୀ ନିଜ ଜନ୍ମମାଟିରେ ହକିର ହବ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବାଲେଶ୍ୱର ଜିଲା ସ୍ପୋର୍ଟସ୍ ଅଫିସର ପୂର୍ଣ୍ଣଚନ୍ଦ୍ର ଜେନା, ପଦ୍ମଶ୍ରୀ ଦିଲୀପ୍ ତିର୍କୀଙ୍କ ପ୍ରତିନିଧି ଶେଖର ବେହେରା, ଢେଙ୍କାନାଳ ଜିଲାର ଦୁଇ ହକି କ୍ରୀଡ଼ା ପ୍ରଶିକ୍ଷକ ସାଇ ପ୍ରସାଦ ଦଳେଇ ଓ ବାବୁଲା ପ୍ରସାଦ ମହାନ୍ତି ରବିବାର ନୀଳଗିରି ଗସ୍ତରେ ଆସି ନୀଳଗିରି କୈଳାଶ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟ ପରିସରରେ ହକିର ହବ ଓ ଖେଳାଳିଙ୍କୁ ପ୍ରେରଣା ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି ଆଲୋଚନାରେ ନୀଳଗିରି ଉପ-ଜିଲାପାଳ ଦୀପ୍ତି ରଞ୍ଜନ ସେଠୀ, କେସି ହାଇସ୍କୁଲର ଶିକ୍ଷୟତ୍ରୀଶିକ୍ଷକ କିଛି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନୀଳଗିରିରେ ଭିତ୍ତିଭୂମି ରହିଥିବା ବେଳେ ହକି ଷ୍ଟାଡ଼ିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିଛନ୍ତିଢେଙ୍କାନାଳ ଜିଲାପାଳ ଶ୍ରୀ ସେଠୀ । ପରେ ନୀଳଗିରି କେସି ହାଇସ୍କୁଲ ଖେଳ ପଡ଼ିଆ ପରିଦର୍ଶନ ସହ ଏହା ହକି ଫିଲ୍ଡ଼ ପାଇଁ ଉପଯୁକ୍ତ ହେବ ବୋଲି ଆସିଥିବା ପ୍ରଶିକ୍ଷକ କହିଛନ୍ତି । ଏହାସହ ପରୀକ୍ଷା ମୂଳକ ଭାବେ ପିଲାମାନଙ୍କ ସହ ହକି ଖେଳିଥିଲେ ଢେଙ୍କାନାଳର ଜିଲାପାଳ ଓ ନୀଳଗିରି ଉପ-ଜିଲାପାଳ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରିରେ ହକି ଖେଳର ବିକାଶ ପାଇଁ ନୀଳଗିରିକୁ ହକି ହବ କରିବା ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।