ଧର୍ମଶାଳା ବିଧାୟକଙ୍କୁ କଳାହାଣ୍ଡି ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ
ଧର୍ମଶାଳା : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୩୦ ଜିଲା ପାଇଁ ନୂତନ ପର୍ଯ୍ୟବେକ୍ଷକ ତାଲିକା ଜାରି କରିଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ଦଳକୁ ସାଂଗଠନିକ ସ୍ତରରେ ଆହୁରୀ ମଜବୁତ୍ କରିବା ଦିଗରେ ପର୍ଯ୍ୟବେକ୍ଷକମାନେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବେ । ଏହି ତାଲିକାରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନାମ ସାମିଲ ଥିବାରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀବଳବନ୍ତରାୟଙ୍କୁ କଳାହାଣ୍ଡି ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ଏହି ତାଳିକା ପ୍ରକାଶ ପାଇବା ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଓ କର୍ମୀ, ମହିଳା ନେତ୍ରୀ, ଧର୍ମଶାଳା ଯୁବ ଛାତ୍ର ବିଜେଡିର ସମସ୍ତ କର୍ମକର୍ତା ଓ ନିର୍ବାଚିତ ଲୋକପ୍ରତିନିଧିମାନେ ଧର୍ମଶାଳା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।