ଧାନହଣ୍ଡା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଯାପିତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ମଥାନୀ ପଞ୍ଚାୟତ ଅନ୍ତର୍ଗତ ଧାନହଣ୍ଡା ଉଚ୍ଚ ବିଦ୍ୟାଳୟରେ ୩ ଦିନ ବ୍ୟାପୀ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଅଧ୍ୟୟନ ବେଳୁ ପିଲାମାନେ ଲକ୍ଷ୍ୟ ସ୍ଥିର କଲେ ସଫଳତା ନିଶ୍ଚତ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଡ. କୃଷ୍ଣକେଶବ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ପୂର୍ବତନ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ଓ ଡା. ପ୍ରଦୀପ କୁମାର ମିଶ୍ର ମଞ୍ଚାସୀନ ହୋଇ ଶିକ୍ଷାର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ ।
ରଜତ ଜୟନ୍ତୀ ସମିତିର ସମ୍ପାଦକ ତଥା ବ୍ୟାଙ୍କ ମ୍ୟାନେଜର ରାଜେଶ କୁମାର ବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସଭାପତି ଅନନ୍ତ କୁମାର ଚାନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରଧାନ ଶିକ୍ଷକ ପଶୁପତି ବାରିକ ସ୍ୱାଗତ ଭାଷଣ ଦେଇଥିଲେ । ପରିଚାଳନା ସମିତି ସଭାପତି ଦେବେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଯୋଗ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନ ଆଲୋଚନା, ବନ୍ଧୁମିଳନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର, ମୁଖ୍ୟ ବକ୍ତା ବିଶିଷ୍ଟ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ବରିଷ୍ଠ ଖବରଦାତା ସତ୍ୟଶିବ ଦାସ ଓ ଡ. ବିଜୟ କୁମାର ବେହେରା ଯୋଗ ଦେଇ ବିଦ୍ୟାଳୟର ସ୍ମରଣିକା ‘ରୌପ୍ୟରୂପ’ ଉନ୍ମୋଚନ କରିଥିଲେ । ପ୍ରାକ୍ତନ ଛାତ୍ର ଶୁଭେନ୍ଦୁ ଦାସ, ଅମରେଶ ବେହେରା, ଶାନ୍ତନୁ ଧୀନ୍ଦା, ଅନିଲ ଭୂୟାଁ, ଦୟାନିଧି ଦେ, ଅକ୍ଷୟ ଦେ, ରାଜେଶ ବେହେରା, ସପନ ବେହେରା, ସୁଜିତ ବେହେରା, ରାମଚନ୍ଦ୍ର ସାହୁ, ବୁଦ୍ଧଦେବ ସାହୁ, ଦୀନକୃଷ୍ଣ ବେହେରା, ଶଶିକାନ୍ତ ମଲ୍ଲିକ ଓ ରାଜୀବ ମହାପାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।