ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ଧାର୍ଯ୍ୟ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର : ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି। ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସ ସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା।
ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗହଣରେ ବୃନ୍ଦ ଉପୁଜିଥିଲା । ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ଵନ୍ଦାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ଏହି ଦ୍ଵନ୍ଦକୁ ଦୂର କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ ପତ୍ର ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଅସୂଚନା କ୍ରମାଙ୍କ ୬୫୫୪ ତା, ୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ । ବର୍ତ୍ତମାନ ଏହି ଦ୍ଵନ୍ଦକୁ ଦୂର କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ର କ୍ରମାଙ୍କ ୭୬୪୪ ତା. ୦୫/୦୪/୨୦୨୩ରିଖରେ ପୁନଃସ୍ପଷ୍ଟିକରଣ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏହା ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।