ପୂର୍ତ୍ତ ବିଭାଗର ଏସ୍ଡିଓଙ୍କୁ ନଜରବନ୍ଦୀ ; ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ
ନୀଳଗିରି : ନୀଳଗିରି ପୂର୍ତ୍ତ ବିଭାଗର ମାସ ମାସ ଧରି ଜରୁରୀକାଳିନ ସମୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ଠିକାଦାରମାନେ ସମ୍ପୃକ୍ତ କାର୍ଯ୍ୟଗୁଡ଼ିକୁ ବାଲେଶ୍ୱର ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିଜର ମନମୁଖୀ ପାଇଁ ଏଯାବତ୍ କୌଣସି ପ୍ରକଳ୍ପଗୁଡ଼ିକୁ ସମ୍ପୃକ୍ତ ଠିକାଦାରଙ୍କ ନାମରେ ଚୁକ୍ତିନାମା ଓ ବିଲ ପେମେଣ୍ଟ ନ ଦେବାକୁ ନେଇ ନୀଳଗିରି ପୂର୍ତ୍ତ ବିଭାଗର ଠିକାଦାର ସଂଘ ଏସ୍ଡିଓଙ୍କୁ ନଜରବନ୍ଦୀ କରିବା ସହ ଧାରଣା ଦେଇଥିଲେ ।
ସୂଚନା ଶୁକ୍ରବାର ଅପରାହ୍ନ ୪ଟା ଠାରୁ ନୀଳଗିରି ଠିକାଦାର ସଂଘ ନୀଳଗିରି ପୂର୍ତ ବିଭାଗର ଏସ୍ଡିଓ ଦୁର୍ଗାଚରଣ ସାହୁଙ୍କୁ ନୀଳଗିରି କାର୍ଯ୍ୟାଳୟରେ ନଜର ବନ୍ଦ କରି ରଖିଥିଲେ । ଏପରିକି ଠିକାଦାରମାନେ ତାଙ୍କ ଅଫିସ କାର୍ଯ୍ୟାଳୟ କବାଟ ନିକଟରେ ଧାରଣାରେ ବସିବାରୁ ଏସ୍ଡିଓ ବାହାରକୁ ଯାଇ ପାରି ନ ଥିଲେ । ଫଳରେ ୧ଘଣ୍ଟାରୁ ଅଧିକ ସମୟ ଧରି ଏସ୍ଡିଓଙ୍କ ସମେତ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ସିଂ, ନବଘନ ମାରାଣ୍ଡିଙ୍କୁ ମଧ୍ୟ ବାହାରକୁ ଛାଡ଼ି ନ ଥିଲେ । ଖବର ପାଇ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ନୀଳଗିରି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପହଞ୍ôଚ ଠିକାଦାରମାନଙ୍କ ଅଭିଯୋଗ ଶୁଣିଲା ପରେ ଏ ନେଇ ପୂର୍ତ୍ତ ବିଭାଗର ସୁପରିନ୍ଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ସହ ଘଟଣା ବାବଦରେ ଆଲୋଚନା କରିଥିଲେ । ଆସନ୍ତା ମଙ୍ଗଳବାର ଏସ୍ଇ ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଠିକାଦାରଙ୍କ ସହ ଆଲୋଚନା କରିବେ ବୋଲି ଉପଜିଲାପାଳ ପ୍ରତିଶୃତି ଦେବା ପରେ ଏସ୍ଡିଓଙ୍କୁ ଛାଡ଼ି ଦେଇଥିଲେ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚିଥିଲା ।