ବାଲିଆପାଳ ତହସିଲଦାରଙ୍କୁ ବିଡ଼ିଓ ଚାର୍ଜ ଦେବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଲା।
ବାଲିଆପାଳ : ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କୁ ବାଲିଆପାଳ ବିଡ଼ିଓ ଚାର୍ଜ ଦେବାକୁ ବିଭିନ୍ନ ମହଲରୁ ଦାବୀ ଜୋର ଧରିବାରେ ଲାଗିଛି ।ଏ ନେଇ ଜିଲ୍ଲା ପାଳଙ୍କ ପାଖରେ ଗୋଟି ପରେ ଗୋଟିଏ ଦାବୀ ପତ୍ର ମଧ୍ୟ ପଡିବାରେ ଲାଗିଛି। ପ୍ରକାଶଯେ ବାଲିଆପାଳ ବ୍ଳକର ବିଡ଼ିଓ ପଦବୀ ବହୁ ଦିନ ଧରି ଖାଲି ପଡ଼ିଛି।ମାତ୍ର ସେଦିଗରେ ବାଲିଆପାଳ ବ୍ଲକର କୌଣସି ଲୋକ ପ୍ରତିନିଧି କି ଜନସାଧାରଣ ନୂତନ ବିଡ଼ିଓ ଦିଆଯାଉ ବୋଲି ଦାବୀ କରି ନାହାନ୍ତି।କାରଣ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ଦାଇତ୍ୱରେ ରହି ଦୁଇଟି ବିଭାଗକୁ ଅତି ସୁନ୍ଦର ଭାବରେ ପରିଚାଳନା କରି ଆସୁଛନ୍ତି।ଏପରିକି ତାହସିଲ ହେଉ ଅବା ବ୍ଳକର କୌଣସି କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ତହସିଲ ଅଫିସ କି ବ୍ଲକ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡୁନାହିଁ।ଯାହାଫଳରେ ବାଲିଆପାଳ ସରପଞ୍ଚ ବନଲତା ଦାସ,ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା,ମଧୁପୁରା ସରପଞ୍ଚ ଗୀତାରାଣୀ ମାହାନାଙ୍କ ସହିତ ଅନ୍ୟାନ୍ୟ ଲୋକ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ପୃଥକ ପୃଥକ ଭାବରେ ଜିଲ୍ଲା ପାଲଙ୍କ ପାଖରେ ଦାବୀ କରିଛନ୍ତି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ବାଲିଆପାଳ ବିଡ଼ିଓ ଦାଇତ୍ୱରେ ଅବସ୍ଥାପିତ କରିବା ପାଇଁ।ଅଳ୍ପଦିନ ତଳେ ତହସିଲଦାର ଶ୍ରୀ ଦାଶଙ୍କୁ ବିଡ଼ିଓ କରାଯାଇଥିଲା।ଏହା ମଧ୍ୟ ସରକାରୀ ଅର୍ଡର ବାହାରିଥିଲା।ତଦନୁଯାୟୀ ତହସିଲଦାର ଶ୍ରୀ ଦାଶ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇ ତହସିଲଦାର ଚାର୍ଜରେ ଥିଲେ।ପୁଣି କିଛି ଦିନ ପରେ ସରକାରୀ ଅର୍ଡର ବାହାରିଲା ଶ୍ରୀ ଦାସଙ୍କ ମୂଳ ଚାକିରୀ ତହସିଲଦାର ପଦବୀକୁ ଯିବା ପାଇଁ।ସେ ଯାହାହେଉ ଦୁଇଟି ପଦବୀରେ ଶ୍ରୀ ଦାଶ ଦକ୍ଷତାର ସହିତ ଚଳାଇ ଆସୁଛନ୍ତି।କାରଣ ତାଙ୍କର କାର୍ଯ୍ୟ ଦକ୍ଷତା ରହିଥିବା ବେଳେ ବିଡ଼ିଓ ଙ୍କ ଅଭାବ ଲୋକମାନେ କେବେ ଅନୁଭବ କୃପାରି ନାହାନ୍ତି।ବିଡ଼ିଓ ଶ୍ରୀ ଦାସ ଜନସାଧାରଣଙ୍କୁ ତାଙ୍କର ବ୍ୟବହାର ଓ କାର୍ଯ୍ୟ ଦକ୍ଷତାରେ ବାନ୍ଧିରଖିଛନ୍ତି।ତେଣୁ ତହସିଲଦାରଙ୍କୁ ବିଡ଼ିଓ ଦାଇତ୍ୱ ଦେବାପାଇଁ ଦାବୀ କରାଯାଇଛି।ଏ ଦିଗରେ ଜିଲ୍ଲା ପାଳ କାର୍ଯ୍ୟାନୁଷ୍ଠାନ ନ ନେଲେ ଜଣ ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ମାନେ ଚେତାବନୀ ଦେଇଛନ୍ତି।