ପଶ୍ଚିମବଙ୍ଗ ସରକାର ଭାଙ୍ଗିଯିବା ଦାବିକୁ ନେଇ ମମତା ଅମିତ ଶାହାଙ୍କ କଲେ ଇସ୍ତଫା ଦାବି କଲେ
କୋଲକାତା : ପଶ୍ଚିମବଙ୍ଗ ସରକାରକୁ ଭାଙ୍ଗିବାକୁ ଦାବି କରିଥିବାରୁ ନିକଟରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ରାଜ୍ୟ ସଚିବାଳୟରେ କ୍ୟାବିନେଟ ବୌଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ କେଉଁ ଆଇନ ଆଧାରରେ କେନ୍ଦ୍ର ଗୃହମନ୍ତ୍ରୀ ଆମ ସରକାରକୁ ଭାଙ୍ଗିବା କଥା କହିଛନ୍ତି । ତେଣୁ ସେ ଇସ୍ତଫା ଦେବା ଉଚିତ୍ ।