ଛଠ ପୁଜା ଆୟୋଜନର ସମୀକ୍ଷା କଲେ ଦିଲ୍ଲୀର ରାଜସ୍ୱ ମନ୍ତ୍ରୀ
ନୂଆଦିଲ୍ଲୀ : ଦିଲ୍ଲୀର ରାଜସ୍ୱ ମନ୍ତ୍ରୀ କୈଲାସ ଗହୋଲତ ଆଜି ଦିଲ୍ଲୀରେ ଛଠ ପୁଜା ଆୟୋଜନର ପୁର୍ବ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ବୁରାଡିର ବିଧାୟକ ସଂଜିବ ଝା, ଡିଭିଜନାଲ କମିଶନର ଏବଂ ଦିଲ୍ଲୀର ସବୁ ଜିଲ୍ଲା ଅଧିକାରୀ ମଧ୍ୟ ଭାଗନେଇଥିଲେ ।
ଏହି ବୈଠକ ଅବସରରେ ଶ୍ରଦ୍ଧାଳୁଙ୍କର କୌଣସି ପ୍ରକାର ଅସୁବିଧା ନ ହେବ ତାହା । ନିଶ୍ଚିତ କରିବାକୁ ରାଜସ୍ୱ ମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଥିଲେ । ଦିଲ୍ଲୀରେ ଛଠ ପୁଜା କରାଯାଉଥିବା ସମସ୍ତ ୧୧୦୦ ସ୍ଥଳରେ ଭଲଭାବରେ ପରିଚାଳନା କଥା ସୁନିଶ୍ଚିତ କରିବାକୁ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।
ଦିଲ୍ଲୀରେ ସବୁ ଛଠ ପୂଜାର ପରିଚାଳନା ଓ ସୁରକ୍ଷିତ ଆୟୋଜନପାଇଁ ରାଜସ୍ୱ ନୋଡଲ ବିଭାଗ ଦାୟୀତ୍ୱରେ ଅଛି । ରାଜସ୍ୱ ବିଭାଗ ସମସ୍ତ ୧୧୦୦ ପୂଜାସ୍ଥଳରେ ଟେଣ୍ଡ, ଟେବୁଲ ଲାଇଟ୍ଙ୍ଗ , ସାଉଁଟ୍ ସିସ୍ଟମ୍ , ସିସିଟିଭି, ପାବାର ବ୍ରେକଅପ୍ ଇତ୍ୟାଦି ଆବଶ୍ୟକତାକୁ ପୁରଣ କରିବ ।