ଦି କନବର୍ଜନ ଫିଲ୍ମ ବିରୋଧରେ ଆବେଦନ ଉପରେ ହାଇକୋର୍ଟର ଶୁଣାଣୀ ପାଇଁ ମନା
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଦି କନବର୍ଜନ ନାମକ ଫିଲ୍ମର ରିଲିଜ୍ ରୋକିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣୀ କରିବାକୁ ମନା କରିଦେଇଛନ୍ତି । ଚିଫ୍ ଜଷ୍ଟିସ୍ ଡିଏନ୍ ପଟେଲ୍ଙ୍କ ଅଧ୍ୟକ୍ଷତାରେ ବେଂଚ ସମ୍ବନ୍ଧିତ ଆବେଦନ ଉପରେ ପ୍ରତିବେଦନର ଆଇନ୍ ମୁତାବିକ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣୀ ସମୟରେ କୋର୍ଟ କହିଛନ୍ତି ଯେ ରାଗିବା ଲୋକଙ୍କ ମାନସିକ ସ୍ଥିତି ଉପରେ ନିର୍ଭର କରେ । କେତେକ ଲୋକ କୌଣସି କାରଣରୁ ମଧ୍ୟ ରାଗି ଯାଆନ୍ତି, ଏମିତିକି କିଛି ବି କହନ୍ତି ନାହିଁ, କିନ୍ତୁ କେତେକ ଲୋକ କେବେ ରାଗନ୍ତି ନାହିଁ ଏବଂ ସେମାନେ ଭାରି ଶାନ୍ତ ସ୍ୱଭାବର । କୋର୍ଟ କହିଛନ୍ତି ଯେ ଏହି ଆବେଦନ କେବଳ ଫିଲ୍ମର ଟ୍ରେଲର ଉପରେ ଆଧାରିତ ଦାଖଲ କରାଯାଇଛି । ଏହି ଆବେଦନ ଅଲ୍ ଇଣ୍ଡିଆ ପ୍ରୋକ୍ଟିସିଙ୍ଗ ଲାୟର୍ସ କାଉନସିଲ ଦାୟର କରିଥିଲା । ଶୁଣାଣୀ ସମୟରେ ଆବେଦନକାରୀ ପକ୍ଷରୁ ଓକିଲ ଆଦିଲ ଶରଫୁଦ୍ଦିନ ଏବଂ ଉବୈଦ ଉଲ ହସନ୍ କହିଛନ୍ତି ଯେ ଫିଲ୍ମର ଟ୍ରେଲରରେ ସାମ୍ପ୍ରଦାୟିକ ବିଷୟ । ଉତର ପ୍ରଦେଶରେ ନିର୍ବାଚନ ହେବାରଅଛି ଏବଂ ଏହି ଫିଲ୍ମରେ ସାମ୍ପ୍ରଦାୟିକ ଧ୍ରୁବିକରଣକୁ ପ୍ରୋତ୍ସାହନ ମିଳିପାରେ । ଫିଲ୍ମରେ କୁହାଯାଇଛି ଯେ ଫିଲ୍ମରେ ଏକ ସଂପ୍ରଦାୟ ଉପରେ ଆରୋପ ଲଗାଯାଇଛି ଯେ ସେ ଦ୍ୱିତୀୟ ସମ୍ପ୍ରଦାୟର ଲୋକଙ୍କ ବିରୁଦ୍ଧରେ ଲବ ଜେହାଦ କରୁଛନ୍ତି । ଏହା କରିବା ସମାଜରେ ବିଭାଜନ ସୃଷ୍ଟି କରିପାରେ ।