ଦିଲ୍ଲୀରେ ଭୁଷୁଡ଼ିଲା ବିଲ୍ଡିଂ : ୪ ମୃତ, ୨ ଉଦ୍ଧାର
ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀର ବୱାନା ଅଂଚଳରେ ଥିବା ରାଜିବ ରତନ ଆବାସ ଯୋଜନାର କେତେକ ଫ୍ଲାଟ୍ ଶୁକ୍ରବାର ଦ୍ୱିପ୍ରହରରେ ଭୁଷୁଡ଼ି ପଡ଼ିଛି । ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଜେଜେ କଲୋନୀରେ ରହୁଥିବା ଫତିମା ଏବଂ ଶହନାଜ ନାମକ ଦୁଇ ମହିଳାଙ୍କୁ ଏହି ଦୁର୍ଘଟଣାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜଣେ ପୋଲିସ୍ ଅଧିକାରୀଙ୍କ ବୟାନରୁ ଜଣାପଡ଼ିଛି ଯେ ଦୁହେଁ ସୁରକ୍ଷିତ ଅଛନ୍ତି ।
ବର୍ତମାନ ମଧ୍ୟ କିଛି ଲୋକ ଏହି ଦୁର୍ଘଟଣାରେ ଛାତ ତଳେ ଚାପି ହୋଇ ରହିଥିବା ଆଶଂଙ୍କା କରାଯାଉଛି । ପୋଲିସ୍ ଅଧିକାରୀ ବୃଜେନ୍ଦ୍ର କୁମାର ଯାଦବ ଏନେଇ କହିଛନ୍ତି ଯେ ଭୁଷୁଡ଼ି ଥିବା ରାଜିବ ରତନ ଆବାସ ଯୋଜନା ବିଲ୍ଡିଂରେ ୩୦୦ରୁ ୪୦୦ ଫ୍ଲାଟ୍ ରହିଛି । ଘଟଣା ସ୍ଥଳରେ ତୁରନ୍ତ ୩ଟି ଜେସିବି, ଏକ ହାଇଡ୍ରା ଏବଂ ୨ ଆମ୍ୱୁଲାନ୍ସକୁ ପଠା ଯାଇଥିବା ଜଣାପଡ଼ିଛି ଏବଂ ଉଦ୍ଧାର କର୍ଯ୍ୟ କରାଯାଉଛି । ଘଟଣା ସ୍ଥଳରେ ବର୍ତମାନ ମଧ୍ୟ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଏହା ପୂର୍ବରୁ ଗୁରୁବାର ରାତିରେ ଦିଲ୍ଲୀର ଗୁରୁଗାଓଁରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା । ଯେଉଁଠାରେ ଏକ ସୋସାଇଟି ବିଲ୍ଡିଂର ଏକ ଅଂଶ ଭୁଷୁଡ଼ି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ ଦ୍ୱିପ୍ରହର ୨.୪୫ରେ ନରେଳା ଥାନା ପୋଲିସ୍କୁ ଖବର ମିଳିଥିଲା ଯେ ଦିଲ୍ଲୀ ଜଳ ବୋର୍ଡ ପାଖରେ ଏକ ବିଲ୍ଡିଂ ଭୁଷୁଡ଼ି ପଡ଼ିଛି । ଯାହାର ତଳେ ୪-୫ ଜଣ ଫଶି ରହିଛନ୍ତି ।