ଭାତ ଦେବାରେ ବିଳମ୍ବ, ମାଆକୁ ପିଟି ପିଟି ମାରିଦେଲା ପୁଅ
ବାଲେଶ୍ଵର : ନିଶାଶକ୍ତ ପୁଅର ଉନ୍ମକ୍ତ କାଣ୍ଡ । ଭାତ ଦେବାରେ ବିଳମ୍ବ ହେବାରୁ ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ ।
ସୂଚନା ଯେ, ଗୁଜୁଢ଼ିଆ ଗାଁର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମା’କୁ ନିଶାସକ୍ତ ଅବସ୍ଥାରେ ଭାତ ମାଗିଥିଲା । ମା’ ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ମା’ ସତ୍ୟାଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ଫଳରେ ମା’ଙ୍କ ମୃତ୍ୟୁ ଘଟିଲା । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ପୁଅ ରତିକାନ୍ତକୁ ପୋଲିସ ଅଟକ ରଖିଛି ।