ହରିଣ ମାଂସ ଜବତ, ଦୁଇ ଗିରଫ
କଟକ : ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଅବାଧରେ ହରିଣ ଶିକାର । ମାଂସ ମଧ୍ୟ କଟା ସରିଥିଲା। କିନ୍ତୁ ବିକ୍ରି ହେବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ଖୁଣ୍ଟୁଣୀ ରେଞ୍ଜ ଅଧିନ ଶଙ୍ଖପୋଇ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ହରିଣ ଚମଡା ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖୁଣ୍ଟୁଣୀ ରେଞ୍ଜର ସୂଚନା ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କେବେଠାରୁ ଚାଲିଥିଲା ଶିକାର । କିଏ ତାଙ୍କ ସହିତ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି ।