କୃଷକଙ୍କୁ ଦୀପାବଳି ଗିଫ୍ଟ ! ଚାଷୀଙ୍କୁ ମିଳିଲା ପିଏମ କିସାନ ଯୋଜନାର ୧୨ତମ କିସ୍ତି
ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ କୃଷକଙ୍କୁ ଦୀପାବଳି କେନ୍ଦ୍ର ସରକାରଙ୍କ ଦୀପାବଳି ଗିଫ୍ଟ । ଚାଷୀଙ୍କୁ ମିଳିଲା ପିଏମ କିସାନ ଯୋଜନାର ୧୨ତମ କିସ୍ତି । ସୋମବାର ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆରେ ଅନୁଷ୍ଠିତ ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨ କୋଟି କୃଷକ ଉପକୃତ ହେବେ। ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେଇଛନ୍ତି। ସେହିପରି ୧୫୦୦ ଏଗ୍ରିଷ୍ଟାର୍ଟଅପ ମଧ୍ୟ ସାମିଲ ହୋଇଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧ କୋଟି କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ସାର ଓ ରସାୟନମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯେ, ଏକାଦଶ କିସ୍ତି ପାଇବା ପରେ, କୃଷକମାନେ ଦୀର୍ଘ ସମୟ ଧରି ଦ୍ୱାଦଶ କିସ୍ତି ଟଙ୍କାକୁ ଅପେକ୍ଷା କରିଥିଲେ । ଶେଷ ଥର ପାଇଁ ୩୧ ମେ’ରେ ପ୍ରଧାନମନ୍ତ୍ରୀ କିସାନ୍ ସାମ୍ମାନ ନିଧିର ୧୧ତମ କିସ୍ତି ଆସିଥିଲା। ପ୍ରଧାନମନ୍ତ୍ରୀ କିସାନ୍ ସାମନ୍ ନିଧି ଯୋଜନା କୃଷକମାନଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଉଚ୍ଚାଭିଳାଷୀ ଯୋଜନା। ଏହି ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଯୋଗାଉଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସାମନ୍ ନିଧି ଯୋଜନା ଅଧୀନରେ ପ୍ରତିବର୍ଷ ଦୁଇ ହଜାର ଟଙ୍କା ତିନି କିସ୍ତି ଆକାରରେ କୃଷକଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ହୋଇଥାଏ।