ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ଜନ୍ମ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଦାବୀ ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବାରିପଦା : ନବ ଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତତ୍କାଳୀନ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ଙ୍କ ଜନ୍ମ ଜୟନ୍ତୀ ଡିସେମ୍ବର ମାସ ୧୭ ତାରିଖକୁ ପ୍ରତିବର୍ଷ ସରକାରୀ ଛୁଟି ଘୋଷଣା କରାଯିବା ଦାବୀ ନେଇ ଆଜି ଓଡିଆ ଜାଗରଣ ମଞ୍ଚ ମୟୂରଭଞ୍ଜ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ପିତାମ୍ବର ମଲ୍ଲିକ, ଆଇନଜୀବି ଉମାକାନ୍ତ ରାଉତ, ଅରୁଣ କୁମାର ମହାପାତ୍ର, ସତ୍ୟବାନ ପାଲ, ପୂର୍ଣ୍ଣଚନ୍ଦ୍ର ଜେନା, ଡ଼ଃ ଅଜୟ କୁମାର ସାମଲ , ଅଶୋକ କୁମାର ଭଂଜଦେଓ ପ୍ରମୁଖଙ୍କ ଉପସ୍ଥିତ ରହି ଓଡିଶା ବିଧାନସଭାର ବାଚସ୍ପତି, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ମହିଳା ସଶକ୍ତି କରଣ ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ବିଧାୟକ ରାଜକିଶୋର ଦାସ, କେନ୍ଦ୍ରାଂଚଳ ରାଜସ୍ୱ କମିଶନର କଟକଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ସମଗ୍ର ଓଡିଶାର ବିକାଶ ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଥିବା ବେଳେ, ତାଙ୍କର ଜନ୍ମଦିନଟିକୁ ସରକାରୀ ଛୁଟି ଘୋଷଣା କରିବାକୁ ଦୀର୍ଘ ଦିନ ଧରି ଜିଲ୍ଲାବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଛି । ଭାରତ ବର୍ଷର ଏହି କିର୍ତିମାନ ପ୍ରତିଭାଙ୍କୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଯଥାଶୀଘ୍ର ତାଙ୍କର ଜନ୍ମ ଜୟନ୍ତୀ ଡିସେମ୍ବର ମାସ ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିବା ପାଇଁ ଓଡ଼ିଆ ଜାଗରଣ ମଂଚ ମୟୂରଭଞ୍ଜ ପକ୍ଷରୁ ଦାବିପତ୍ର ଜରିୟାରେ ନିବେଦନ କରାଯାଇଛି ।