ଶିମିଳିପାଳରୁ ଦନ୍ତାର ମୃତଦେହ ଠାବ, ଶୁଣ୍ଢ କାଟି ଦାନ୍ତ ନେଇଯାଇଛନ୍ତି ଶିକାରୀ
ବାରିପଦା : ମୟୁରଭଞ୍ଜ ଜିଲା ଶିମିଳିପାଳରେ ଦାନ୍ତ ପାଇଁ ପୁଣି ହାତୀ ଶିକାର । ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ୍ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ବେଳେ ଏକ ଦନ୍ତାହାତୀର ମୃତଦେହ ଠାବ । ଖବରପାଇ ବନବିଭାଗ ଓ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି ।
ଶିମିଳିପାଳ ପୀଠାବଟା ରେଞ୍ଜ ଗୋପାନୀଥପୁର ବିଟ୍ ଅଞ୍ଚଳରେ ପାଟ୍ରୋଲିଂ ବେଳେ ବନକର୍ମଚାରୀ ଏକ ହାତୀର ମୃତଦେହ ଦେଖି ଉପର ଅଧିକାରୀଙ୍କୁ ଜଣାଇଥିଲେ । ଗୁରୁବାର ସକାଳେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଶିକାରୀମାନେ ହାତୀକୁ ମାରିବା ସହ ଶୁଣ୍ଢ କାଟି ୨ଟି ଦାନ୍ତ ନେଇଯାଇଛନ୍ତି । ହାତୀଟିର ବୟସ ୭ରୁ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୩/୪ଦିନ ହାତୀଟିକୁ ଶୀକାର କରାଯାଇଥିଲା । ଏଥିରେ ଅରୁଣାଚଳ ପ୍ରଦେଶର ଶିକାରୀ ଜଡିତ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଯେ, ଲଗାତର କିଛି ଦିନ ହେଲା ରାଜ୍ୟରେ ହାତୀ ଶିକାର ବଢିଚାଲିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି । ବାରମ୍ବାର ସଚେତନ ଓ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ହାତୀ ଶିକାର ବଢିଚାଲିଛି ।