ଭାଲୁର ମୃତ ଦେହ ଉଦ୍ଧାର
![](https://thetruths.in/wp-content/uploads/2023/01/Dead-Bear-1024x577.jpg)
ନୀଳଗିରି : ନୀଳଗିରି ବନବିଭାଗ ପକ୍ଷରୁ ଏକ ଭାଲୁର ମୃତ ଦେହ ଉଦ୍ଧାର । ବାଲେଶ୍ୱର ଜିଲା ନୀଳଗିରି ବନବିଭାଗ ଅଧିନ ଧୋବଶିଳା ନିକଟ ସାଇଡିଂସାହି ପରିତ୍ୟକ୍ତ ପଥର ଖାଦାନରେ ଏକ ମୃତ ମାଇ ଭାଲୁ ପଡ଼ିଥିବାର ଦେଖାଯାଇଥିଲା । ଏହାକୁ ଦେଖିବାକୁ ଆଖପାଖ ଗାଁର ଲୋକେ ଭିଡ଼ ଜମାଇଥିଲେ । ଗ୍ରାମବାସୀମାନେ ମୃତ ଭାଲୁକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ନୀଳଗିରି ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରି ନୀଳଗିରି ବନ ବିଭାଗ ଅଫିସକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ପ୍ରକାଶ କରିଛନ୍ତି ।