ଆଜିର ଭାଗ୍ୟଫଳ (ଶନିବାର, ୧/୫/୨୦୨୧)
ମେଷ: ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ଧନ, ମାନସମ୍ମାନ ହାନି, ମାନସିକ ଅସ୍ଥିରତା, ନିଜର ଲୋକଙ୍କ ସହ ଅପ୍ରିୟତା ଓ ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମାନ୍ଦା ରହିବ । କର୍ମରେ ବିଫଳତା, ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ ।
ବୃଷ: ସପ୍ତମ ଓ ଅଷ୍ଟମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ମିଶ୍ରିତ ଫଳ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଦିନର ଶେଷ ଭାଗରେ ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଶେଷ ସଫଳତା ମିଳିବ ନାହିଁ । ନିଜର ଲୋକଙ୍କ ସହ ମତାନ୍ତର ଓ ଧନକ୍ଷତି ହୋଇପାରେ । ଦିବା ୧୨ଟା ପରେ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ ଓ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ମା’ ଗାୟତ୍ରୀ ।
ମିଥୁନ: ଷଷ୍ଠ ଏବଂ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ରୋଗ, ଋଣ, ଶତ୍ରୁ – ଏ ତିନୋଟିରୁ ମୁକ୍ତି, ମାନସିକ, ପାରିବାରିକ ଶାନ୍ତି ଓ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ପରିବାର ସଦସ୍ୟଙ୍କ ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ମୂଲ୍ୟବାନ ଧାତୁ, ବସନ, ଭୂଷଣ କ୍ରୟ କରିବେ । ଆର୍ଦ୍ରା ମିଥୁନ ବ୍ୟକ୍ତିମାନଙ୍କର ବିଶେଷ ଶୁଭ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଚକୋଲେଟ୍, ଶୁଭସଂଖ୍ୟା-୬, ଆରାଧନା-ଭଗବାନ ବିଷ୍ଣୁ ।
କର୍କଟ: ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ହେତୁ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ହେତୁ ଯେତେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ଏହା ପରେ ମନରେ ପ୍ରସନ୍ନତା ଓ ଉତ୍ସାହ, ଉଦ୍ଦୀପନା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶିବ ।
ସିଂହ : ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଦିବସର ପ୍ରଥମ ଭାଗରେ କର୍ମରେ ସଫଳତା ମିଳିବ ଓ ଶେଷ ଭାଗରେ କିଛି ବିଘ୍ନ ଘଟିବ । ସନ୍ତାନମାନେ ଅବଜ୍ଞା କରିବେ ଓ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା-ମା’ ସମଲେଶ୍ୱରୀ ।
କନ୍ୟା: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଧନ, ମାନ, ସମ୍ମାନ, ସୁଖ୍ୟାତି, ଯଶକୀର୍ତ୍ତି ସବୁକିଛି ଆପଣଙ୍କୁ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଆୟର କିଛି ଅଂଶ ଦୁଃସ୍ଥ ଜନଙ୍କ ହିତରେ ଖର୍ଚ୍ଚ କରିବେ । କର୍ମରେ ସଫଳତା, ପ୍ରଶଂସା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ । ମହିଳାମାନେ ତ୍ୟାଗୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୨, ଆରାଧନା-ମା’ ଛିନ୍ନମସ୍ତା ।
ତୁଳା : ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ଧନ କ୍ଷତି, ମାନସିକ ଅସ୍ଥିରତା, ଭ୍ରାତୃ ବିବାଦ ଓ ସମସ୍ତ କର୍ମରେ ବାଧାବିଘ୍ନ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି, କର୍ମରେ ବିଫଳତା, କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଧନକୁ ନେଇ ବିବାଦ ଓ ଭାଇ, ଭଉଣୀଙ୍କ ହେତୁ ବିପଦରେ ପଡ଼ିପାରନ୍ତି । ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ଦୂରେଇଯିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୨, ଆରାଧନା-ପ୍ରଭୁ ଶ୍ରୀରାମ ।
ବିଛା : ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ପ୍ରାପ୍ତି ହେବ । ଏହା ପରେ ଦ୍ୱିତୀୟ ଚନ୍ଦ୍ର ହେତୁ ମନରେ ଅସ୍ଥିରତା ଭାବ ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ଦିବସର ପ୍ରଥମ ଭାଗରେ କର୍ମରେ ସଫଳତା ମିଳିବ ଓ ଶେଷ ଭାଗରେ କର୍ମରେ କିଛି ବିଘ୍ନ ଘଟିବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଚଣ୍ଡୀ ।
ଧନୁ: ଘାତବାର ଓ ଦ୍ୱାଦଶ ଚନ୍ଦ୍ର ଏବଂ ଶ୍ରୀ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ସୁଖ, ସୌଭାଗ୍ୟ, ସୁଖାଦ୍ୟ, ସୁବସନ ପ୍ରାପ୍ତି, ମାନସିକ, ପାରିବାରିକ ଶାନ୍ତି ଆଣିବାରେ ସହାୟକ ହେବ । ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ସଫଳତା ଓ ପ୍ରଶଂସା ଆଶାଠାରୁ ଅଧିକ ମିଳିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଉଦ୍ଯୋଗ କରିବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ମା’ ତାରା ।
ମକର: ଏକାଦଶ ଚନ୍ଦ୍ର ଓ ଦ୍ୱାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିôବା ହେତୁ ଆୟ ଅଧିକ, ବ୍ୟୟ ବହୁତ କମ୍ ରହିବ । ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ କମ୍ ରହିବ । କର୍ମରେ ସଫଳତା ଓ ଅଟକିଥିବା କାମ ସୁରୁଖୁରୁରେ ସମ୍ପାଦନ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ପୁତ୍ର, କନ୍ୟାଙ୍କର ମାଙ୍ଗଳିକ କର୍ମର ବନ୍ଦୋବସ୍ତ କରିବେ । ଧନର ସଦ୍ବିନିଯୋଗ କରିବେ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।
କୁମ୍ଭ: ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଦଶମ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ କର୍ମରେ ମଧ୍ୟମ ଧରଣର ଫଳ ପାଇବେ । ଏହାପରେ ଘାତଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ ଓ ଆୟ ବହିର୍ଭୂତ ଖର୍ଚ୍ଚ ହେବ । କର୍ମରେ ବହୁ ପରିଶ୍ରମରେ କିଛି ଫଳ ପ୍ରାପ୍ତି ହେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।
ମୀନ: ଘାତବାର ଓ ଦିବା ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ନବମ ଚନ୍ଦ୍ର ହେତୁ ମାନ, ସମ୍ମାନ ହାନି, ବ୍ୟବସାୟରେ ମାନ୍ଦାବସ୍ଥା ଓ କର୍ମରେ ପଦସ୍ଥ କର୍ମଚାରୀଙ୍କ ସହ ମତାନ୍ତର ଘଟିବ । ଏହା ପରେ ଦଶମ ଚନ୍ଦ୍ର ଆସିଲେ ମଧ୍ୟ ଘାତବାର ହେତୁ ବିଶେଷ ଶୁଭଫଳ ମିଳିବ ନାହିଁ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଗଜାନନ ।