ଘଡଘଡି ମାରିବାରୁ ଖସିଲା ପୁରୁଣା ରାମେଶ୍ବର ମନ୍ଦିରର ଦଧିନଉତି
ଭୁବନେଶ୍ୱର : ଭୁବନେଶ୍ୱରର ରୋଡ୍ ମାଉସୀ ମା’ ଛକରେ ଥିବା ବହୁ ପୁରୁଣା ରାମେଶ୍ବର ମନ୍ଦିରର ଦଧିନଉତି ଖସି ପଡିଛି। ଘଡ଼ଘଡ଼ି ମାରିବାରୁ ମନ୍ଦିରର ଦଧିନଉତି ଖସିପଡିଥିବା ସୂଚନା ମିଳିଛି । ମନ୍ଦିର ଭିତରେ ସେବାୟତମାନେ ଥିବା ବେଳେ ଏହି ଅଘଟଣ ଘଟିଛି ।
ଘଡଘଡିରେ ମନ୍ଦିରର ଦଧିନଉତି ଖସିଯାଇଥିବାରୁ ଏ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି।