ପାରାଦୀପ-ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ୍’!
ନୁଆଦିଲ୍ଲୀ : ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଏହା ଆହୁିରୀ ତିବ୍ର ହୋଇ ୨୬ ତାରିଖରେ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ସୋମବାର ସୁଦ୍ଧା ବାତ୍ୟାର ରୂପ ନେବା ସହ ୨୫ ତାରିଖରରୁ ପବନର ବେଗ ବଢିବ ଏବଂ ତେବେ ଏହା ଉପକୁଳ ଅତିକ୍ରମ କରିବା ସମୟରେ ୧୫୫-୧୬୫ ପବନର ବେଗ ରହିବ ଏବଂ ସର୍ବାଧିକ ୧୮୫ ବେଗରେ ପବନ ବହିବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ବାଲେଶ୍ୱର ବେଶି ପ୍ରଭାବିତ । ଯାଜପୁର, କଟକ, ମୟୂରଭଞ୍ଜରେ ବି ରହିବ ବାତ୍ୟାର ପ୍ରଭାବ ରହିବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟଦେଇ ବାତ୍ୟା ଉପକୂଳ ଅତିକ୍ରମ କରିବ । ସେହିପରି ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗକୁ ଛୁଇଁବାର ଆଶଙ୍କା କରାଯାଉଥିବାବେଳେ ସୋମବାର ସକାଳ ସୁଦ୍ଧା ଏହା ବାତ୍ୟାର ପରିଣତ ହୋଇପାରେ । ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ସେ କହିଛନ୍ତି । ସେହିପରି ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ । ବେଳେବେଳେ ପବନର ବେଗ ୧୮୫ କିଲୋମିଟର ମଧ୍ୟ ଛୁଇଁବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୨୫ରୁ ପବନର ବେଗ ବଢିବାକୁ ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭାବରେ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ବାତ୍ୟା ସମୁଦ୍ର ପଥରେ ଓଡିଶା ଉପକୂଳ ଗତି କରିବା ସମୟରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।