କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିନା ସୁଦ୍ଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇ ଦେଉଛି
ଯାଜପୁର : ଯାଜପୁର ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ସମବାୟ ବ୍ୟାଙ୍କି ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୃଷକ ମାନେ ସମବାୟ ସମିତି ମାଧ୍ୟମରେ କୃଷି ଋଣ ନେବା ପାଇଁ ସରକାର ସମସ୍ତ ସୁବିଧା ସରଳୀ କରଣ କରିଥିବା ସୂଚନା ଦେଇଥିଲେ । ବର୍ତ୍ତମାନ ବ୍ୟାଙ୍କର ୪୬୮ ପ୍ରାଥମୀକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଜିଲାର ପ୍ରାୟ ୫୮ପ୍ରତିଶତ ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ଖରିଫ ଋଣ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଦ୍ଧରେ ରଖିଥିବା ବେଳେ ୧ଲକ୍ଷ ଟଙ୍କା ରୁ ଉଦ୍ଦ୍ୱର୍ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଦ୍ଧର ହାର ୨ପ୍ରତିଶତ ରଖାଯାଇଛି । ଚଳିତ ରବି ଋତୁରେ ୪୬୮ଟି ପ୍ୟାକ୍ସ ମାଧ୍ୟମରେ ଫସଲ ଋଣ ଯୋଗାଣ ଚାଲୁ ରହିଛି ବୋଳି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରେସିଡ଼େଣ୍ଠ ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋ ଅଧ୍ୟକ୍ଷତା କରିଥିଲେ । ବ୍ୟାଙ୍କ ସମ୍ପାଦକ ଅନନ୍ତ ସାମଲ ଏଆରସିଏସ୍ ଶରତ ଚନ୍ଦ୍ର ମଲିକ, ବ୍ୟାଙ୍କ ନିର୍ଦ୍ଦେଶକ କେଶବ ଚନ୍ଦ୍ର ସେଠୀ, ବିଜୟ କୁମାର ଦଳାଇ, ଶରତ ଚନ୍ଦ୍ର ସାହୁ ଓ ଦୁଃଶାସନ ସାହୁ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଆନୁଷ୍ଠାନିକ ଋଣ ପ୍ରଦାନ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ । ଚାଷୀମାନଙ୍କ ସୁବିଧା ନିମନ୍ତେ ସମବାୟ ବ୍ୟାଙ୍କର ଶାଖା ମାନଙ୍କରେ ଏ ଟି ଏମ୍ ଓ ମାଇକ୍ରୋ ଏ ଟି ଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିବା ସହିତ ଦୀର୍ଘ ମିଆଦି ଋଣ ଉପରେ ଋଣି ସଭ୍ୟ ମାନଙ୍କୁ ଅଂଶଧନ ବାବଦକୁ ୧୦ପ୍ରତିଶତ ହାର ପ୍ରାବଧାନକୁ କମାଇ ଦିଆଯାଇଛି । କ୍ଷୁଦ୍ର ଜଳ ସେଚନ, ଉଦ୍ୟାନ କୃଷି, ଗୋ ପାଳନ, ଫାର୍ମ ମେକାନିଜିମ୍ ଓ ପମ୍ପସେଟ୍ ଆଦି ନିମନ୍ତେ ଋଣ ପ୍ରଦାନର ଗୁରୁତ୍ୱ ଦିଆଯାଇ ସୁଦ୍ଧ ରିହାତି ଯୋଜନାରେ ନିୟମିତ ଋଣ ପରିଶୋଧ କରୁଥିବା ଚାଷୀଙ୍କୁ ୫ପ୍ରତିଶତ ପର୍ଯ୍ୟନ୍ତ ସୁଦ୍ଧ ରିହାତି କରାଯାଉଥିବା ଉପରେ ଗୁରୁତ୍ୱାରୋପ କରିଥିଲେ ।