ପ୍ରକାଶ ପାଇଲା ସିୟୁଇଟି ୟୁଜି ପରୀକ୍ଷା ଫଳ
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଅଣ୍ଡର ଗ୍ରାଜୁଏଟ କମନ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରିଛି । cuet.samarth.ac.in ୱେବସାଇଟ ଖୋଲି ଫଳ ଦେଖି ପାରିବେ ପରୀକ୍ଷାର୍ଥୀ । ଜୁଲାଇ ୧୫ ଏବଂ ଅଗଷ୍ଟ ୩୦ରେ ୬ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ଏନଟିଏ ଦ୍ବାରା ପରୀକ୍ଷା ପରିଚାଳନା ହୋଇଥିଲା ।
ଦେଶରେ ୨୫୯ ସହରରେ ୪୮୯ ପରୀକ୍ଷା କେନ୍ଦ୍ରରେ ସିୟୁଇଟି ୟୁଜି ୨୦୨୨ ପରୀକ୍ଷା ହୋଇଥିଲା । ୨୩୯ ସହରରେ ୪୪୪ ପରୀକ୍ଷା କେନ୍ଦ୍ରରେ ସିୟୁଇଟି ୟୁଜି ପରୀକ୍ଷାରେ ଚତୁର୍ଥ ଏବଂ ଶେଷ ପର୍ଯ୍ୟାୟରେ ୧,୪୦,୫୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ ୧୪,୯୦,୦୦୦ ପରୀକ୍ଷାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ପ୍ରଥମ ସ୍ଲଟରେ ୮,୧୦,୦୦୦ ଓ ଦ୍ବିତୀୟ ସ୍ଲଟରେ ୬,୮୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଏନଟିଏ ପକ୍ଷରୁ ସୂଚନା ମିଳିଛି । ୯୦ ୟୁନିଭର୍ସିଟିରେ ୫୪,୫୫୫ ୟୁନିକ କମ୍ବିନେସନ ବିଷୟରେ ଆବେଦନ କରିଥିଲେ । ୨୨୧୯ ପ୍ରଶ୍ନପତ୍ର ସହ ୫୦,୪୭୬ ପ୍ରଶ୍ନ ରହିଥିଲା । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 60 ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି ।