ବିଏସଏନଏଲ କାର୍ଯ୍ୟାଳୟରେ ଗ୍ରାହକ ସଚେତନତା କର୍ମଶାଳା
ବାଲେଶ୍ୱର : ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ)ର ବାଲେଶ୍ୱର ଜିଲା କାର୍ଯ୍ୟାଳୟରେ ଏକ ଗ୍ରାହକ ସଚେତନତା କର୍ମଶାଳା (କଂଜ୍ୟୁମର ଏଜୁକେସନ ୱାର୍କସପ) ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ ମୋଡ଼ରେ ଆୟୋଜିତ ଏହି କର୍ମଶାଳାରେ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ର ଓଡ଼ିଶା ଶାଖା ଚେୟାରମ୍ୟାନ ସୁଧାଂଶୁ ମୋହନ ଦାଶ ଯୋଡ଼ି ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଏସଏନଏଲ ଗ୍ରାହକଙ୍କୁ ଉନ୍ନତମାନର ସେବା ପ୍ରଦାନ ଓ ଠକାମୀରୁ ସୁରକ୍ଷା ଦେବା ପାଇଁ ଆୟୋଜିତ ହୋଇଥିବା ସେ କହିଥିଲେ । ଗ୍ରାହକମାନେ ସଚେତନ ହେଲେ ସେମାନଙ୍କ ସମସ୍ୟା ଦୂର ହେବା ସାଙ୍ଗକୁ ସେମାନେ ସାଇବର ଠକେଇରୁ ସୁରକ୍ଷିତ ରହିପାରିବେ ବୋଲି ଶ୍ରୀ ଦାସ କହିଥିଲେ ।
ବିଏସଏନଏଲ, ବାଲେଶ୍ୱର ମହାପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏଥିରେ ଯୋଗଦେଇ ଗ୍ରାହକଙ୍କ ସୁରକ୍ଷା ଓ ଉତ୍ତମ ସେବା ପ୍ରଦାନ ଦିଗରେ ନିଗମ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ବିଶେଷ କରି ଟେଲିଫୋନକୁ ଆୟୁଧ କରି ସାଧାରଣ ଲୋକଙ୍କୁ ଠକୁଥିବା ସାଇବର ଅପରାଧୀଙ୍କଠାରୁ ବର୍ତ୍ତିବା ଦିଗରେ ସଚେତନତ ହେବା ପାଇଁ ଉପସ୍ଥିତ ଗ୍ରାହକମାନଙ୍କୁ ସେ ପରାମର୍ଶ ଦେଇଥିଲେ । କୌଣସି ଫେକ କଲ ଆସିଲେ ତଥ୍ୟ ପ୍ରଦାନ ପରିବର୍ତ୍ତେ ନିକଟସ୍ଥ ବିଏସଏନଲ ଅଫିସରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି । ସିଏଫଏ ଟିମର ଏଜିଏମ ପୁରୁଷୋତମ ମାଝୀ, ଏସଡିଇ ଏସଏମ ଆଲିସାହା ଏଥିରେ ଡିଜିଟାଲ ମୋଡ଼ରେ ଯୋଡ଼ି ହୋଇ ଗ୍ରାହକଙ୍କ ବିଭିନ୍ନ ସମସ୍ୟା ଓ ତାର ନିରାକଣ ସମ୍ପର୍କରେ ଆଲୋଚନା କରଥିଲେ । ବାଲେଶ୍ୱରର ଡିଜିଏମ କହ୍ନେଇ ସିଂ ଏହି କର୍ମଶାଳାରେ ସଂଯୋଜନା କରିଥିଲେ । ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ପରିଚାଳିତ ହୋଇଥିଲା । ବିଏସଏନଏଲ ବାଲେଶ୍ୱର ମୁଖ୍ୟ ଆକାଉଣ୍ଟାଣ୍ଟ ଅଫିସର ଶରତ କୁମାର ଗିରି, ଏଜିଏମ (ସିଏଫଏ) ସତ୍ୟରଂଜନ ଦାସ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ଏସଡିଇ (ବ୍ରଡ଼ବ୍ୟାଣ୍ଡ) ହେମନ୍ତ କୁମାର ସାହୁ, ଟିଟିଓ ଅଜତ କୁମାର ପତିଙ୍କ ସମେତ ବିଏସଏନଏଲର ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।ଏହି ଅବସରରେ ଆୟୋଜିତ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାହକମାନଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ପ୍ରଶ୍ନର ବିଭାଗୀୟ ଅଧିକାରୀମାନେ ଉତ୍ତର ଦେବା ସହିତ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଥିଲେ ।