ଭାରତର ପ୍ରଥମ ସ୍ପୋର୍ଟସ୍ ୟୁନିକର୍ଣ୍ଣ ଏଂଟର୍ପ୍ରାଇଜ୍ ହେଲା ସିଏସ୍କେ
ନୂଆଦିଲ୍ଲୀ : ୪ ଥର ‘ଆଇପିଏଲ୍’ ବିଜୟୀ ହୋଇଥିବା ‘ଚେନ୍ନାଇ ସୁପର୍ କିଙ୍ଗ୍ସ୍’ (ସିଏସ୍କେ) ସେୟାର୍ ବଜାରରେ ୭,୬୦୦ କୋଟି ଟଙ୍କାର ‘ମାର୍କେଟ୍ କ୍ୟାପିଟାଲାଇଜେସନ୍’ ସ୍ପର୍ଶ କରି ଭାରତର ପ୍ରଥମ ‘ସ୍ପୋର୍ଟସ୍ ୟୁନିକର୍ଣ୍ଣ ଏଂଟର୍ପ୍ରାଇଜ୍’ । ‘ଆଇପିଏଲ୍’ ୧୫ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ‘ଗ୍ରେ ମାର୍କେଟ୍’ରେ ଏହାର ‘ସେୟାର୍’ ୨୧୦-୨୨୫ ଟଙ୍କାରେ ବ୍ୟବସାୟ କରୁଥିବା ‘ସର୍କଲ୍ ଅଫ୍ କ୍ରିକେଟ୍’ ରିପୋର୍ଟ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ‘ଇଣ୍ଡିଆ ସିମେଂଟ୍’ର ମାର୍କେଟ୍ କ୍ୟାପିଟାଲାଇଜେସନ୍ ଦର ଥିଲା ୬,୮୬୯ କୋଟି ଟଙ୍କା ।
‘ସିଏସ୍କେ’ ‘ମାର୍କେଟ୍ କ୍ୟାପିଟାଲାଇଜେସନ୍’ ବୃଦ୍ଧି ପାଇବାର ଦୁଇଟି ପ୍ରମୁଖ କାରଣ ରହିଛି । ଗୋଟିଏ ହେଲା ଦୁବାଇରେ ଏହି ଟିମ୍ ୪ର୍ଥ ଥର ‘ଆଇପିଏଲ୍’ ଟାଇଟଲ୍ ଜିଣିବା । ଦ୍ୱିତୀୟ କାରଣ ହେଉଛି, ଆଗାମୀ ସେସନ୍ରେ ଦୁଇଟି ଫ୍ରାଂଚାଇଜ୍ ରେକର୍ଡ ମୂଲ୍ୟରେ ଏଥିରେ ସାମିଲ କରାଯିବା । ସଞ୍ଜୀବ ଗୋଏଙ୍କାଙ୍କ ନେତୃତ୍ୱାଧୀନ ‘ଆର୍ପିଏସ୍ଜି ଗ୍ରୁପ୍’ ଲକ୍ଷ୍ନୌ ଫ୍ରାଂଚାଇଜ୍କୁ (ଲକ୍ଷ୍ନୌ ସୁପର୍ ଜାଏଂଟ୍) ୭,୦୯୦ କୋଟି ଟଙ୍କାରେ ଖରିଦ କରିଥିବା ବେଳେ ‘ସିଭିସି କ୍ୟାପିଟାଲ୍’ ୫,୬୨୫ କୋଟି ଟଙ୍କାରେ ଅହମଦାବାଦ ଫ୍ରାଂଚାଇଜ୍ର ସତ୍ୱ ଖରିଦ କରିଛି । ‘ଇଣ୍ଡିଆ ସିମେଂଟ୍’ର ପରିଚାଳନା ନିର୍ଦେଶକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ଶୁକ୍ରବାର ଦିନ କହିଛନ୍ତି ଯେ, ବ୍ରାଣ୍ଡ୍ ‘ସିଏସ୍କେ’ ‘ବ୍ରାଣ୍ଡ୍ ଇଣ୍ଡିଆ ସିମେଂଟ୍’କୁ ଟପିଯିବ । ୟୁଏସ୍ରେ ‘ଫ୍ରାଂଚାଇଜ୍ ଭିତିକ ଲିଗ୍’ଗୁଡ଼ିର ଇତିହାସ ଅବଲୋକନ କଲେ ତାହା ସମସ୍ତଙ୍କୁ ଟପିଯିବ ବୋଲି ମନେହୁଏ । ଭାରତରେ କ୍ରିକେଟ୍ ପ୍ରତି ମାତ୍ରଧିକ ଆବେଗ ରହିଛି । ତେଣୁ, ଆଗକୁ ଦେଶ ଦେଶ ମଧ୍ୟରେ ଫ୍ରାଂଚାଇଜ୍ ଭିତିକ ଲିଗ୍?ଅଗ୍ରଗତି ହାସଲ କରିବ ।