ମା’ ଭୂଧାରଚଣ୍ଡୀ ମନ୍ଦିର ଗର୍ଭ ଗୃହରେ ଫାଟ
ନୀଳଗିରି : ଉତ୍ତର ବାଲେଶ୍ୱର ଅନ୍ୟତମ ମନ୍ଦିର ମଧ୍ୟରେ ନୀଳଗିରି ଠାରୁ ୫କିମି ଦୂର ସଜନାଗଡ଼ ଗ୍ରାମର ପ୍ରତିଷ୍ଠିତ ଦେବୀ ମା’ ଭୂଧାରଚଣ୍ଡୀଙ୍କ ପୀଠ । ମା’ଙ୍କ ପୀଠ ହେଉଛି ସଜନାଗଡ଼ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀପୀଠ । ସବୁ ସୁବିଧା ଅସୁବିଧାରେ ଅଞ୍ଚଳବାସୀ ଅନ୍ତର ମଧ୍ୟରେ ଭକ୍ତି ସହକାରେ ମା’ଙ୍କୁ ଯିଏ ଯାହା ମାଗିଥାଏ ମା’ ମଧ୍ୟ ଭକ୍ତଙ୍କ ଡାକ ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ମା\’ଙ୍କ ପାଖରେ ଧନୀ ଗରୀବ ସମସ୍ତେ ସମାନ । ସେରଗଡ଼-ଉଦଳା ୧୯ନଂ. ରାଜ୍ୟ ରାଜପଥ ରାସ୍ତା ପାର୍ଶ୍ୱରେ ଥିବା ଏହି ମନ୍ଦିର ଓ ମନ୍ଦିରର ଚର୍ତୁଃପାଶ୍ୱର୍ରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି, ସେଠାକାର ପରିବେଶ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ।
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପ୍ରଣିଗ୍ରାହୀଙ୍କ ଜିଲାରେ ଏହି ମନ୍ଦିର ଏବେ କିନ୍ତୁ ତାହା ଏବେ ଅସୁରକ୍ଷିତ ହୋଇପଡ଼ିଛି । ମନ୍ଦିରର ଦ୍ୱାରବନ୍ଧ ସହ ମୁଖ୍ୟ ଗର୍ଭଗୃହରେ ପାଣି ଓ ମନ୍ଦିରର ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ବର୍ଷା ହେଲେ ମା’ଙ୍କ ମନ୍ଦିରରେ ପାଣି ଝରି ପଡୁଛି । ପାଣି ଝରୁଥିବା ସ୍ଥାନରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି । ଫଳରେ ଏହି ମନ୍ଦିର ପ୍ରତି ବିପଦ ଦେଖାଦେଇଛି । ଦେବୋତ୍ତର ବିଭାଗର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି । ଅଭିଜ୍ଞ କାରିଗରଙ୍କ ଦ୍ୱାରା ପୁନର୍ବାର ମନ୍ଦିର ମରାମତି କରିବା ଜରୁରୀ ହୋଇପଡ଼ିଛି ।
ଏନେଇ ଠାକୁର ମାହାଲର ଅଧିକାରୀ ନିରଞ୍ଜନ ଧଳଙ୍କୁ ପଚାରିବାରୁ ସେ କହନ୍ତି, ନୂତନ ଭାବରେ କାର୍ଯ୍ୟରେ ଯୋଗଦେଇଛି । ମନ୍ଦିରର ପାରିପାଶ୍ୱିର୍କ ଅବସ୍ଥା ତଥା ରକ୍ଷଣାବେକ୍ଷଣ ଉପରେ କୌଣସି ଅଭିଯୋଗ ହସ୍ତଗତ ହୋଇନଥିବାର ପ୍ରକାଶ କରିବା ସହ ଖୁବ୍ଶୀଘ୍ର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର କହିଥିଲେ ।