କୋଭିସିଲ୍ଡକୁ ସ୍ୱୀକୃତି ଦେଲେ ୧୬ ୟୁରୋପୀୟ ଦେଶ
ନୂଆଦିଲ୍ଲୀ : ଭାରତୀୟମାନଙ୍କ ପାଇଁ ଖୁସି ଖବର । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସିରମ ପକ୍ଷରୁ ଭାରତରେ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ୧୬ଟି ୟୁରୋପୀୟ ଦେଶ ସ୍ୱୀକୃତି ଦେଇଛନ୍ତି । ଅନ୍ୟପକ୍ଷରେ ସୁଇଜରଲ୍ୟାଣ୍ଡ ୟୁରୋପୀୟ ଦେଶର ସଦସ୍ୟ ନଥାଏ ମଧ୍ୟ କୋଭିସିଲ୍ଡକୁ ସ୍ୱୀକୃତି ଦେଇଛି । ଏଭଳି ଭାବରେ ମୋଟ ୧୭ଟି ଦେଶ କୋଭିସିଲ୍ଡ ଟିକାକୁ ସ୍ୱୀକୃତି ଦେଇଛି । ଏହି ୟୁରୋପୀୟ ଦେଶଗୁଡ଼ିକର ତାଲିକାରେ ଅଛନ୍ତି ଜର୍ମାନୀ, ନେଦରଲ୍ୟାଣ୍ଡ, ଫ୍ରାନ୍ସ ଓ ସୁଜରଲ୍ୟାଣ୍ଡ । କୋଭିସିଲ୍ଡକୁ ସ୍ୱୀକୃତି ମିଳିବା ପରେ ଟିକାର ୨ଟି ଡୋଜ ନେଇଥିବା ବ୍ୟକ୍ତିମାନେ ଏହି ଦେଶଗୁଡ଼ିକୁ ଯାତ୍ରା କରିପାରିବେ ।
It is indeed good news for travellers, as we see sixteen European countries recognising COVISHIELD as an acceptable vaccine for entry. However despite being vaccinated, entry guidelines might vary from country to country, so do read up before you travel. https://t.co/Cy9HO2Uxu3
— Adar Poonawalla (@adarpoonawalla) July 17, 2021
ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦାର ପୁନାୱାଲା ଦାବି କରିଛନ୍ତି, ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରରୁ ୧୬ଟି କୋଭିସିଲ୍ଡ ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ । ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲି ଓ ଅନ୍ୟ କେତେକ ଦେଶ ଆଜି ଯାଏ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି। ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା ।