ବାଲେଶ୍ୱର ଔଷଧ ବିକ୍ରେତା ସଂଘ ଆନୁକୁଲ୍ୟରେ କୋଭିଡ ଟୀକାକରଣ ଶିବିର
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ମଙ୍ଗଳବାର ଜିଲା ପ୍ରଶାସନ ସହାୟତାରେ ବାଲେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ ଆନୁକୁଲ୍ୟରେ ଏକ କୋଭିଡ୍ ଟିକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଔଷଧ ବିକ୍ରେତାଙ୍କ କର୍ମଚାରୀ ତଥା ପରିବାର ସଦସ୍ୟ ମିଶି ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ ନେଇଥିବା ଜଣାପଡ଼ିଛି । ଏଥିପାଇଁ ସଂଘ ତରଫରୁ ସଭାପତି ସିଦ୍ଧାର୍ଥ ସାରଥି ଦାସ, ସମ୍ପାଦକ ସମୀର ଜଟାନିଆ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଲ ସେନ୍ ଜଗଦ୍ଦେବଙ୍କୁ ସାଧୁବାଦ ଜଣାଇଛନ୍ତି । ସଂଘର ବିଭିନ୍ନ କର୍ମକର୍ତ୍ତା ତଥା ବରିଷ୍ଠ ସଦସ୍ୟମାନେ ଯଥା ଲାଇଜୁ ମିଶ୍ର, ସୁଦୀପ ଚକ୍ରବର୍ତ୍ତୀ, ସେକ୍ ଅଖତାର ଅଲ୍ଲୀ, ନୀରଜ ପଦାର, ଅରୁଣ ଖଣ୍ଡେଲୱାଲ୍, ବିକ୍ରମଜିତ କର, ବିକାଶ ପଦାର, ଅଶୋକ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।