କୋଭାସ୍କିନର ୩ୟ କ୍ଲିନିକାଲ ପରୀକ୍ଷା ରିପୋର୍ଟ ଦାଖଲ କଲା ଭାରତ ବାୟୋଟେକ୍
ନୂଆଦିଲ୍ଲୀ : ଭାରତର ସ୍ୱଦେଶୀ ଟିକା କୋଭାକ୍ସିନର ଉତ୍ପାଦନ କରୁଥିବା କମ୍ପାନି ଭାରତ ବାୟୋଟେକ ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରିଛି । ଡିସିଜିଆଇଙ୍କ ସମୀକ୍ଷା ପରେ ଏହା ପ୍ରକାଶିତ ହେବ । ହାଇଦ୍ରାବାଦ୍ର କଂପାନୀ ଭାରତ ବାୟୋଟେକ୍ କୋଭାସ୍କିନର ଫେଜ୍-୩ କ୍ଲିନିକାଲ ପରୀକ୍ଷାର ଡାଟା ସରକାରଙ୍କ ନିକଟରେ ଦାଖଲ କରିଛି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଭାସ୍କିନର ୩ୟ ପର୍ଯ୍ୟାୟରେ ହୋଇଥିବା କ୍ଲିନିକାଲ ପରୀକ୍ଷାର ତଥ୍ୟ ଭାରତର ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ)କୁ ହସ୍ତାନ୍ତର କରାଯାଇଛି । ତୃତୀୟ ପର୍ଯ୍ୟାୟର ଫଳାଫଳ ଅନୁସାରେ କୋଭାସ୍କିନ କରୋନାରୁ ହାଲୁକା, ମଧ୍ୟମ ଓ ଗୁରୁତର ମାମଲା ବିରୋଧରେ ୭୮ ପ୍ରତିଶତ ପ୍ରଭାବଶାଳୀ ଦେଖାଯାଇଛି । ସରକାରୀ ସୂତ୍ରରୁ ମଙ୍ଗଳବାର କୁହାଯାଇଛି ଯେ, ଭାରତ ବାୟୋଟେକ କୋଭାସ୍କିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷଣର ତଥ୍ୟ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)କୁ ଦାଖଲ ଦେଇଛି । କୋଭାସ୍କିସର ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଜାରି କରିବାରେ ବିଳମ୍ବକୁ ନେଇ ହାଇଦ୍ରାବାଦସ୍ଥିତ ଟିକା ଉତ୍ପାଦନର ତୀବ୍ର ଆଲୋଚନା ହୋଇଥିଲା । ଡିସିଜିଆଇ ନିଜର ପ୍ରଥମ ଓ ୨ୟ ପରୀକ୍ଷା ଆଧାରରେ ଜାନୁଆରୀରେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭାସ୍କିନକୁ ମଂଜୁରୀ ଦେଇଥିଲା । ନିକଟରେ ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, କୋଭିଶିଲ୍ଡ ଟିକା କୋଭାସ୍କିନର ତୁଳନାରେ କରୋନା ଭାଇରସ ସଂକ୍ରମଣର ବିରୋଧରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଟିକାର ୨ ଡୋଜ ପରେ କୋଭିଶିଲ୍ଡ ୯୮ ପ୍ରତିଶତ ହିତାଧିକାରୀଙ୍କ ଆଣ୍ଟିବଡ଼ି ପ୍ରତିକ୍ରିୟା ଦେଖାଇଛି । କୋଭାସ୍କିନ କ୍ଷେତ୍ରରେ ଏହା ୮୦ ପ୍ରତିଶତ ବୋଲି ଚର୍ଚ୍ଚା ହୋଇଥିଲା ।
ସୂଚନା ଯେ, କମ୍ପାନି ପକ୍ଷରୁ ଗତ ସପ୍ତାହାନ୍ତରେ ହିଁ ୩ୟ ପର୍ୟ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଥିଲା । ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିବାରେ ବିଳମ୍ବ କରିଥିବାରୁ କମ୍ପାନି ବିଗତ କିଛି ମାସ ଧରି ଚାପରେ ଥିଲା । ଗତ ୧୧ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ୭ରୁ ୮ ଦିନ ମଧ୍ୟରେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ପ୍ରକାଶ ପାଇବ । ଗତ ଜାନୁଆରି ମାସରେ ଭାରତ ସରକାର କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶର ଟିକାକରଣରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ ।