କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ : ରିଟ୍ ପିଟିସନ ଦାଖଲ କଲେ ତପସ୍ୱିନୀ
ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ କରି ରିଟ୍ ପିଟିସନ ଦାଖଲ କଲେ ତପସ୍ୱିନୀ ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ୍ ଓ ତପସ୍ବିନୀଙ୍କ ସହ ସମ୍ପର୍କ ଘଟଣା । ଉଭୟ ଏକତ୍ରିତ ଭାବେ ଘରଭଡା କରି ରହିବା ପାଇଁ ଏସଡିଜେଏମ୍ କୋର୍ଟ ଆଦେଶ ଦେଇଥିଲେ । ହେଲେ ଗତ ୪ ଦିନ ହେଲା ଡାକ୍ତର ସୁମିତ୍ ତପସ୍ୱିନୀଙ୍କୁ ଏକାକୀ ଛାଡି କୁଆଡେ ଚାଲି ଯାଇଛନ୍ତି । ଯାହାକି କୋର୍ଟ ଆଦେଶକୁ ଅବମାନନା କରିବା ଅଭିଯୋଗ ହୋଇଛି । ରିପିଟିସନ୍ ଦାଖଲ କରିବାକୁ ତପସ୍ୱିନୀ ଓକିଲଙ୍କ ସହ ମିଶି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଞ୍ଚିଥିଲେ । ସୁମିତଙ୍କୁ ପାଇବାକୁ ଲମ୍ବା ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ୭ ଦିନ ଗୋଟିଏ ଛାତ ତଳେ ରହିବା ପରେ ବି ଉଭୟଙ୍କ ମନ ମିଶିଲାନି.. ହଠାତ୍ କିଛି ନ ଜଣାଇ କୁଆଡ଼େ ପଳେଇଲେ ସୁମିତ୍.। ୪ ଦିନ ହେଲାଣି ସୁମିତଙ୍କୁ ଖୋଜୁଛନ୍ତି ତପସ୍ୱିନୀ।
ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତପସ୍ବିନୀ। ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଛନ୍ତି । ଭଡା ଘର ନୁହେଁ ବରଂ ନିଜ ଘରେ ରଖିବା ନେଇ ପିଟିସନ ଦାଖଲ କରିଥିବା କହିଛନ୍ତି । ସେପଟେ କାଉନ୍ସେଲିଂ ପାଇଁ ସୁମିତ ଆସି ନାହାନ୍ତି । ସୁମିତ କୋର୍ଟଙ୍କ ଆଦେଶ ପାଳନ କରୁ ନଥିବା କହିଛନ୍ତି ତପସ୍ୱିନୀଙ୍କ ଓକିଲ। ଏନେଇ କୋର୍ଟଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ସୁମିତ ଛାଡି ଚାଲିଯିବା ପରେ ତପସ୍ୱିନୀ ଆଜି କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ବିରୋଧରେ କୋର୍ଟଙ୍କୁ ଜଣାଇଛନ୍ତି । ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ତେବେ ପୋଲିସ ତାଙ୍କୁ ହଇରାଣ କରିଥିବାରୁ ତପସ୍ୱିନୀଙ୍କ ମାଆ ତାଙ୍କ ପାଖକୁ ଆସିଛନ୍ତି ।