କୋର୍ଟ ମ୍ୟାରେଜ କଲେ ବିକ୍ରାନ୍ତ ମେସୀ, ପ୍ରଂଶସକଙ୍କୁ ଜଣାଇଲେନି
ମୁମ୍ବାଇ: ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ବିବାହ କରିଛନ୍ତି । ‘ମିର୍ଜାପୁର’ ଓ ‘ଛପକ’ ଫେମ୍ ବିକ୍ରାନ୍ତ ମେସୀ ଫେବୃଆରୀ ୧୪ରେ ଶୀତଲ ଠାକୁରଙ୍କ ସହ ବିବାହ କରିଛନ୍ତି । ଏହି ବିବାହରେ କେବଳ ଉଭୟ ପରିବାରର ସଦସ୍ୟଙ୍କ ସହିତ କିଛି ଅଭିନେତା ଉପସ୍ଥିତ ରହିଥିଲେ । ତେବେ ୨୦୧୫ ମସିହାରୁ ବିକ୍ରାନ୍ତ ଏବଂ ଶୀତଲ ପରସ୍ପରକୁ ଡେଟ୍ କରୁଥିଲେ । ପୂର୍ବରୁ ଏକ ସାକ୍ଷାତକାରରେ, ମେସୀ କହିଥିଲେଯେ, ୨୦୨୦ରେ ସେମାନେ ବିବାହ କରିବାର ଯୋଜନା ଅଛି । କିନ୍ତୁ କୋଭିଡ-୧୯ ହେତୁ ବିବାହ ସ୍ଥଗିତ ରଖାଯାଇଥିଲା । ଜୁନ୍ ୨୦୨୦ରେ, ମେସୀ ଇନଷ୍ଟାଗ୍ରାମରେ ଶୀତଲ୍ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଥିଲେ ।
ପିଙ୍କଭିଲ୍ଲା ସହ ବାର୍ତ୍ତାଳପରେ ଏହି ଦମ୍ପତିଙ୍କ କହିଛନ୍ତି, “ବିକ୍ରାନ୍ତ ଏବଂ ଶୀତଲ ଆଜି ସେମାନଙ୍କ ଭର୍ସୋଭା ଘରେ ରେଜିଷ୍ଟ୍ରୀ ବିବାହ କରିଛନ୍ତି । ସେମାନେ ବହୁ ପୂର୍ବରୁ ଏହି ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲ । ବିବାହ ପରେ ସେମାନଙ୍କ ପରିବାର ଅତ୍ୟନ୍ତ ଖୁସି । ଏହି ଦମ୍ପତି ଏପର୍ଯ୍ୟନ୍ତ ଖବରକୁ ନିଶ୍ଚିତ କରିନାହାଁନ୍ତି । ତେବେ ସେ ଲୁଚିଲୁଚି ବିବାହ କରିଥିବା ଜୋରସୋରରେ ଚର୍ଚ୍ଚା ହେଉଛି ।