ବାଲେଶ୍ୱର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର : ଘରୋଇ କଳହର କରୁଣ ପରିଣତି । ଘର ଭିତରେ ବେକରେ ରଶି ଲଗାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ସନ୍ଦେହ । ଏପରି ଏକ ଅଭାବନୀୟ ଘଟଣା ବାଲିଆପାଳ ଥାନା ବାଲିବିଲ ଗ୍ରାମରେ ଦେଖିବାକୁ ମିଳିଛି । ଖବର ପାଇ ବାଲିଆପାଳ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ ।
ବାଲିଆପାଳ ଥାନା ଅନ୍ତର୍ଗତ ବଲିବିଲ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ସମୟରେ ଗୋଟିଏ ଘରୁ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ଝୁଲନ୍ତା ମୃତ ଦେହ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ସ୍ଵାମୀ ହେଲେ ବାଲୀବିଲ ଗ୍ରାମର ଜଗନ୍ନାଥ ଜ୍ୟୋତି (୨୪) ଏବଂ ମୃତକ ସ୍ତ୍ରୀ ହେଲେ ରୁନୁ ଜ୍ୟୋତି। ଉଭୟ ୨୦୨୦ ଅଗଷ୍ଟ ମାସରେ ବିବାହ କରିଥିଲେ। ସ୍ବାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲଗିଥିବା ନେଇ ପଡୋଶୀ ମାନେ କହନ୍ତି। ସନ୍ଧ୍ୟା ସମୟରେ ଘରେ କେହି ନଥିବା ସମୟରେ ସ୍ଵାମୀ ଜଗନ୍ନାଥ ନିଜ ଗାମୁଛାକୁ ଦୌଡ଼ି କରି ବେକରେ ଫାଶୀ ଲଗାଇଥିବା ବେଳେ ସ୍ତ୍ରୀ ରୁନୁ ନିଜ ଶାଢ଼ୀ ରେ ଫାଶୀ ଲଗାଇଥିବା ଜଣା ପଡ଼ିଛି। ସନ୍ଧ୍ୟା ସମୟରେ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।