ମାଉଣ୍ଟ ଏଭରେଷ୍ଟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ଭୟାବହ ପରିସ୍ଥିତି । ବିଶ୍ୱର ଅନେକ ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଜୁନ୍ ମାସ ଆରମ୍ଭରେ ନେପାଳର ଅତି କମରେ ୫୯ ସଂକ୍ରମିତ ଲୋକ ନେପାଳର ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଛନ୍ତି । ଏକ ସାକ୍ଷାତକାର ମାଧ୍ୟମରେ ପର୍ବତାରୋହଣ କମ୍ପାନୀ ମାନେ ଏନେଇ ଖୁଲ୍ଲାସା କରିଛନ୍ତି । ତେବେ ନେପାଳ ସରକାର ଏହାକୁ ଅସ୍ୱୀକାର କରିଛନ୍ତି ।
ସରକାର କହିଛନ୍ତି ଯେ ଏଭରେଷ୍ଟରେ କୌଣସି କରୋନା ମାମଲା ସାମ୍ନାକୁ ଆସି ନାହିଁ । ନେପାଳର ପର୍ଯ୍ୟଟନ ଅଧିକାରୀ ପର୍ବତାରୋହୀଙ୍କୁ ଏଭରେଷ୍ଟରେ କରୋନା ପଜିଟିଭ୍ ଖବରକୁ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେଠାରେ ନିମୋନିଆର ଜଣେ ରୋଗୀ ଥିଲେ, ଯାହା ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ସେ କହିଛନ୍ତି ଯେ ଶୁଖିଲା ପର୍ବତ ବାୟୁରେ କାଶ ନୂଆ ନୁହେଁ । ଚଳିତ ବର୍ଷ ଏପ୍ରିଲରେ ଜାଙ୍ଗବୁ ଶେର୍ପା ଥଣ୍ଡା ଏବଂ ଜ୍ୱରରେ ପୀଡିତ ଥିଲେ । ଯେତେବେଳେ ପର୍ବତାରୋହୀମାନେ ମାଉଣ୍ଟ ଏଭରେଷ୍ଟର ମୂଳ ଶିବିରରେ ଏକତ୍ରିତ ହୋଇ ଶରୀରକୁ ଉଚ୍ଚ ସ୍ଥାନର ପରିବେଶ ସହ ଖାପ ଖୁଆଇଥିଲେ । ଏହା ପରେ ପର୍ବତାରୋହଣକାରୀ କମ୍ପାନୀ ତାଙ୍କୁ ତୁରନ୍ତ ବିମାନ ଯୋଗେ କାଠମାଣ୍ଡୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ତାଙ୍କୁ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସେ ପ୍ରାୟ ଏକ ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ, ପରେ ସେ ବେସ କ୍ୟାମ୍ପକୁ ଫେରିଥିଲେ ।