ପର୍ଵପର୍ବାଣୀ ପାଇଁ କରୋନା ସାମାନ୍ୟ ବୃଦ୍ଧି ପାଇବ : ନିୟମ କଡ଼ାକଡ଼ି ପାଳନ ଉପରେ ଡିଏମଇଟିଙ୍କ ଗୁରୁତ୍ୱ
ଭୁବନେଶ୍ୱର : ଦାୟିତ୍ୱ ନେବା ପରେ ନୂଆ ଡିଏମଇଟି ଡା. ରମା ରମଣ ମହାନ୍ତିଙ୍କ ପ୍ରତିକ୍ରିୟା । ରାଜ୍ୟରେ କରୋନା ସଂକ୍ରମଣ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ପର୍ଵପର୍ବାଣୀ ପାଇଁ ରାଜ୍ୟରେ କରୋନା ସାମାନ୍ୟ ବୃଦ୍ଧି ପାଇଛି । ନିୟମ କଡ଼ାକଡ଼ି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ନୂଆବର୍ଷ ପର୍ଯ୍ୟନ୍ତ ଆମେ ସଜାଗ ରହିବା ଦରକାର ବୋଲି କହିଛନ୍ତି ।
ସେହିପରି ଆସନ୍ତା ୨୦୨୨ ପରେ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । ସ୍କୁଲ ଖୋଲିବା ଦରକାର, ସ୍କୁଲ ଖୋଲିଲେ କିଛି ଅସୁବିଧା ହେବନାହିଁ । କିନ୍ତୁ ନିୟମ ପାଳନ କରି ସ୍କୁଲ ଖୋଲିବା ଦରକାର।