ଦେଶରେ କମୁଛି କରୋନା! ଆଉ ୧୯,୯୬୮ ସଂକ୍ରମିତ ଓ ୬୭୩ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ବିଗତ କିଛି ଦିନ ଧରି କରୋନା ଭୂତାଣୁ ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ଅନ୍ୟପଟେ ମୃତ୍ୟୁ ମାମଲାରେ ବୃଦ୍ଧି ଘଟିଛି । ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୯୬୮ ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬୭୩ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୮୪୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨୯,୫୫୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧.୬୮ ପ୍ରତିଶତ ରହିଛି । ଗତକାଲି ଦେଶରେ ୨୨ ହଜାର ୮୪୭ ମାମଲା ଚିହ୍ନଟ ହୋଇଥିଲା ।
India reports 19,968 fresh #COVID19 cases, 48,847 recoveries, and 673 deaths in the last 24 hours.
— ANI (@ANI) February 20, 2022
Active case: 2,24,187 (0.52%)
Daily positivity rate: 1.68%
Total recoveries: 4,20,86,383
Death toll: 5,11,903
Total vaccination: 1,75,37,22,697 pic.twitter.com/nCNysxuGOL
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୭ ଲକ୍ଷ ୫୪ ହଜାର ୩୧୫ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୦ ଲକ୍ଷ ୮୬ ହଜାର ୩୮୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨ ଲକ୍ଷ ୨୪ ହଜାର ୧୮୭ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୧ ହଜାର ୯୦୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୧୯ ପର୍ଯ୍ୟନ୍ତ ସାରା ଦେଶରେ ୧୭୫ କୋଟି ୩୭ ଲକ୍ଷ ୨୨ ହଜାର ୬୯୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ଲକ୍ଷ ୮୧ ହଜାର ୩୩୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୫ କୋଟି ୯୩ ଲକ୍ଷ ୧୫ ହଜାର ୨୪୬ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୮୭ ହଜାର ୭୬୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ କମ୍ ରହିଛି ।