ସଂକ୍ରମଣ ବଢୁଛି କିନ୍ତୁ ପ୍ରୋଗ୍ରେସ ସ୍ଲୋ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ୧୦-୧୫ ଦିନ ହେବ ସଂକ୍ରମଣ ବଢୁଛି । ହେଲେ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ କାଲି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଇଛି । ଯଦି କୌଣସି କଂଗ୍ରିଗେସନ ହୋଇଥିବ ତାହା ୧୦-୧୫ ଦିନ ମଧ୍ୟରେ ଜଣାପଡିବ । ବିଭାଗ ପକ୍ଷରୁ ଇଂଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯାଉଛି । ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଖୋଜିବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି । ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତଃପ୍ରବୃତ ଟେଷ୍ଟ କରାଇବାକୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ମାସ୍କ ସବୁବେଳେ ବ୍ୟବହାର କରନ୍ତୁ ।